ଜଗତଜନନୀ ମହାଶକ୍ତି ପାର୍ବତୀଙ୍କୁ କନ୍ୟା ରୂପେ ଘରକୁ ଆଣି ପୂଜାର୍ଚ୍ଚନା ଆରମ୍ଭ

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଆଜି ମହାସମାରୋହରେ ସମ୍ପନ୍ନ ହୋଇ ଯାଇଛି । ଏବର୍ଷ ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ସ୍ୱଇଚ୍ଛାର ସହିତ କନ୍ୟାପିତା ସାଜିଥିବା ପୂର୍ବ ନଗରପାଳ ଗିରିଶ ପଟେଲ ସପତ୍ନୀକ ବନ୍ଧୁବାନ୍ଧବ ଙ୍କୁ ନେଇ ଜଗତଜନନୀ ମହାଶକ୍ତି ପାର୍ବତୀଙ୍କୁ ନିଜ କନ୍ୟା ରୂପେ ଘରକୁ ବରଣ କରି ଆଣିଛନ୍ତି । ଶଙ୍ଖ ଧ୍ୱନି ଓ ପାରମ୍ପରିକ ବାଦ୍ୟ ସହିତ ଏକ ଶୋଭାଯାତ୍ରାରେ ପଟେଲ ଦମ୍ପତି ପାର୍ବତୀଙ୍କୁ ମନ୍ଦିରରୁ ନୂଆପଡ଼ା ନିଜ ଘର ପର୍ଯ୍ୟନ୍ତ ଶ୍ରଦ୍ଧା ସହିତ ବୋହି ଆଣିଥିଲେ ।
ଆଜିଠାରୁ ଆଗାମୀ ୫ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ସେ ସେଠାରେ ପୂଜା ପାଇବେ ଓ ବିବାହ ଉପରାନ୍ତେ ସେଦିନ ସନ୍ଧ୍ୟାରେ ତାଙ୍କୁ ସେଠାରୁ ବିବାହିତ କନ୍ୟା ରୂପେ ଜାମାତା ମହାଦେବଙ୍କ ସହିତ ଭବ୍ୟ ବିଦାୟୀ ଦିଆଯିବ ବୋଲି ଘୋଷଣା କରାଯାଇଛି । ଜଗତଜନନୀ ମହାଶକ୍ତି ପାର୍ବତୀଙ୍କୁ ନିଜ ଘରେ କନ୍ୟା ରୂପେ ପାଇ ପଟେଲ ପରିବାର ନିଜକୁ ଧନ୍ୟ ମଣୁଛନ୍ତି ।

Comments (0)
Add Comment