ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଥିବା ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ଶିକ୍ଷା କେନ୍ଦ୍ରଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ନୂତନ ବିଉଟି ପାର୍ଲର ଟ୍ରେନିଂର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଦର ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ତାଲିମ ଶିବିରକୁ ଉଦଘାଟନ କରିବା ସହିତ ଆଗାମୀ ଦିନରେ ମହିଳା ମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ଉପସ୍ଥିତ ଥିବା ମହିଳାମାନଙ୍କୁ ସମ୍ୟକ ବିବରଣୀ ପ୍ରଦାନ କରିବାସହ ଟ୍ରେଲରିଂ ତାଲିମ ନେଇ ସ୍ୱାବଲମ୍ବୀ ହୋଇଥିବା ଦେଉଳପଦର ଗ୍ରାମର ଗୌରୀ କମ୍ପଙ୍କୁ ଏ ଅବସରରେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଲଡିଏମ୍‌ ସରୋଜ ମିଶ୍ର,ଏସବିଆଇ ନିର୍ଦ୍ଦେଶକ ଅଜିନା ଟୁଡୁ , ଜିଲ୍ଲା ତାଲିମ ନିର୍ଦ୍ଦେଶକ ଶୈବାଳିନୀ ପଟ୍ଟନାୟକ, ପ୍ରଶିକ୍ଷକ ସତ୍ୟବ୍ରତ ଦାସ , ପଦ୍ମ ଲୋଚନ ନାୟକ, ଅସିତ୍‌ ପାଣିଗ୍ରାହୀଙ୍କ ସମେତ ୟୁନିଅନ ବ୍ୟାଙ୍କ ମେନେଜର୍‌ ସିଦ୍ଧାନ୍ତ ନାରାୟଣନ, ଜିଲ୍ଲା ଶିଳ୍ପ କେନ୍ଦ୍ର କର୍ମକର୍ତ୍ତା ସନ୍ଦୀପ ମୁଦୁଲି, ମାଧବ ଆଡଯୁଆଡି, ରଥି କୁମାର, ସମାଜ ସେବି ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆନ୍ତର୍ଜାତୀୟ ମହିଳା ଦିବସରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment