ମୃତ୍ୟୁ ଏମିତି ବି ଆସେ ! ଶବ ଯାତ୍ରାରେ ଯାଉଥିଲେ, ଚାଲିଗଲା ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ଜୀବନ

ଗଣିଆ -ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଶୁଭେନ୍ଦ୍ର କୁମାର ସାହୁଙ୍କ ପରଲୋକ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ଶୁଭେନ୍ଦ୍ରଙ୍କ ଅନ୍ତରଙ୍ଗ ବନ୍ଧୁ ବିଜୟନଗର ଗ୍ରାମର ଯୋଗୀନାଥ ମହାଳିକଙ୍କ ର ଆଜି ସକାଳେ ପରଲୋକ ହୋଇଥିଲା । ତାଙ୍କର ଶବ ଯାତ୍ରାରେ ଯାଉଥିବା ସମୟରେ ଶୁଭେନ୍ଦ୍ର ହୃଦଘାତ ଯୋଗୁ ହଠାତ୍ ଖସିପଡିଥିଲେ । ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ଗଣିଆ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ସେ ଜଣେ ମେଳାପି, ପରୋପକାରୀ ଲୋକ ଥିଲେ । ତାଙ୍କୁ ମାତ୍ର ୬୨ ବର୍ଷ ହୋଇଥିଲା। ବଡ଼ ପୁଅ ସୁନିଲ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ ।ଗୋଟିଏ ଦିନରେ ଗୋଟିଏ ଗାଁରେ ଦୁଇ ବନ୍ଧୁଙ୍କର ଏଭଳି ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment