ପଦ୍ମ ଧରିଲେ ଲମ୍ବୋଧର ନିଆଲ

ନୂଆପଡା: ନୂଆପଡାରେ ବିଜେଡିକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ଲମ୍ବୋଧର ବିଜେଡିରୁ ଇସ୍ତଫା ଦେଇ ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଏହାପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଲମ୍ବୋଧର ଉପସ୍ଥିତ ରହିଛନ୍ତି । ଯାହାକି ବିଜେଡି ପାଇଁ ଏକ ଶକ୍ତ ଝଟକା ହୋଇଛି ।

ନୂଆପଡାରେ ବିଜେପିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଏହାପୂର୍ବରୁ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଟାଣୁଆ ନେତା ଲମ୍ବୋଧର ନିଆଲ । ତାଙ୍କ ସହିତ ଅନ୍ୟ କର୍ମୀମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ଲମ୍ବୋଧର କଳାହାଣ୍ଡିରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିଲେ ।

Comments (0)
Add Comment