ବନ୍ଧୁକ ମୁନରେ ସୁନାରୁପା ଅଳଙ୍କାର ଲୁଟ୍‌ ଘଟଣା, ପୁଲିସ ଗଠନ କଲା ସ୍ୱତନ୍ତ୍ର ଟିମ୍‌

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ନିକଟରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ମୁନରେ ୨୭୦ ଗ୍ରାମ ସୁନା ସହ ୬ କେ.ଜି ରୂପା ଅଳଙ୍କାର ଲୁଟ ଘଟଣାକୁ ପୋଲିସ ଗୁରୁତର ସହ ନେଇଛି । ଡକାୟତି ମାମଲା ରୁଜୁ କରାଯିବା ସହ ସ୍ୱତନ୍ତ୍ର ପୋଲିସ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତକୁ ଗିରଫ ପାଇଁ ଚଢ଼ାଉ ଚାଲିଥିବା ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ପ୍ରସିଦ୍ଧ ହରିରାଜପୁର ମେଳଣ ଚାଲିଥିବାବେଳେ ସୁନା ବ୍ୟବସାୟୀ ଜଣଙ୍କ ନିଜ ସୁନା ଦୋକାନ ବନ୍ଦ କରି ଫେରୁଥିବାବେଳେ ଦୃର୍ବୃତ୍ତ ତାଙ୍କ ଠାରୁ ଡକାୟତି କରିଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।

Comments (0)
Add Comment