ମାଲକାନଗିରି: ଛତିଶଗଡ କୋଣ୍ଟା କିସ୍ତରାମ ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ ୧୪ଜଣ ମାଓବାଦୀ ଟଳି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ-୪୭ ଓ ଇନସାସ୍ ବନ୍ଧୁକ ଜବତ କରିଛନ୍ତି ସୁରକ୍ଷା କର୍ମୀ । ଜଙ୍ଗଲରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧ ଦେଶରେ ମାଓମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ପୂରଣ ହେବାକୁ ଆଉ ବେଶି ସମୟ ନୁହେଁ ବୋଲି କୁହାଯାଇଛି ।
ଜଣଙ୍କ ପରେ ଜଣେ ଟପ୍ ମାଓ ନେତାଙ୍କ ମୃତ୍ୟୁ ପରେ ମାଓଗଡ ଭୁଷୁଡି ପଡୁଥିବା ଜଣାପଡିଛି । ଭୟରେ ଅନେକ ମାଓବାଦୀ ହିଂସାପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ଏଥିପାଇଁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଓ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି । ଆଗାମି ଦିନରେ ଓଡ଼ିଶା ମଧ୍ୟ ମାଓମୁକ୍ତ ହେବ ବୋଲି ଆଶା କରାଯାଉଛି ।