ଆଇପିଏଲ ୨୦୨୬ ନିଲାମରେ ମୁସ୍ତାଫିଜୁର ରହମାନ ଏକମାତ୍ର ବାଂଲାଦେଶୀ ଖେଳାଳି । ଏହି କାରଣରୁ କେକେଆର ପ୍ରଶଂସକମାନେ ନିରାଶ ହୋଇଛନ୍ତି, କାରଣ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ମାମଲା ଲଗାତାର ସାମ୍ନାକୁ ଆସୁଛି । ଏହି ସମୟରେ ପ୍ରଶଂସକମାନେ କେକେଆର ସହ-ମାଲିକ ଶାହାରୁଖ ଖାନଙ୍କୁ ମୁସ୍ତାଫିଜୁରଙ୍କୁ ଦଳରରେ ସାମିଲ ନକରିବାକୁ ଅନୁରୋଧ କରିବା ସହ କଡା ସମାଲୋଚନା କରିଥିଲେ। ଏଥିପାଇଁ ଶାହାରୁଖଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ କଡା ନିନ୍ଦା କରାଯାଇଥିଲା।
ଏସବୁକୁ ଦୃଷ୍ଟିରେ ରଖି ବିସିସିଆଇ ସଚିବ ଦେବଜିତ ସୌକିୟା ଏବେ ଏହାକୁ ନେଇ ଏକ ଅପଡେଟ୍ ଦେଇଛନ୍ତି । ସେ କହିଛନ୍ତି ଯେ କେକେଆରକୁ ରହମାନଙ୍କୁ ଦଳରୁ ବାଦ ଦେବାକୁ ଏବଂ ଅନ୍ୟ ଜଣେ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ନେବାକୁ ନିର୍ଦ୍ଦେଶ ଦେଇଛି ବିସିସିଆଇ ।