ପୁରୀ: ନୂଆବର୍ଷ ଆରମ୍ଭରୁ ପୁରୀ ଜିଲ୍ଲା ଇନ୍ସପେକ୍ଟର ସ୍ତରରେ ବଡ ଧରଣର ବଦଳି ହୋଇଛି। ଏସପି ପ୍ରତୀକ ସିଂ ୧୨ଟି ଥାନାର ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି।ବଳିଆପଣ୍ଡା ଥାନାଧିକାରୀ ସଂଗୀତା ଦାସଙ୍କୁ ତ୍ରଫିକ୍ ଥାନା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ସୁନିଲ ଯାଦବଙ୍କୁ ବାଲିଆପଣ୍ଡା, ବାସେଳି ସାହି ଥାନାଧିକାରୀ ବିକ୍ରମ କେଶରୀ ଜେନା ପେଣ୍ଠକଟା ସାମୁଦ୍ରିକ ଥାନା, ଇନ୍ସପେକ୍ଟର ଅବିନାଶ ରାଉତଙ୍କୁ ବାସେଲିସହି ଥାନା, ବ୍ରହ୍ମଗିରି ଥାନାଧିକାରୀ ବାମଦେବ ସ୍ୱାଇଁଙ୍କୁ ସ୍ଥାୟିଭାବେ ବ୍ରହ୍ମଗିରି ଥାନାରେ ଅବସ୍ଥାପିତ କରାଯାଇଛି। ସେହିପରି ସସ୍ମିତା ଧଳଙ୍କୁ ଆଇପିସିଆରକୁ, ସୁରେଶ ପୃଷ୍ଟିଙ୍କୁ ପୋଲିସ ମୁଖ୍ୟାଳୟ, ସୌମ୍ୟରଞ୍ଜନ ମହାଳିକଙ୍କୁ ସତ୍ୟବାଦୀ ଥାନା, ସତ୍ୟବାଦୀ ଥାନାଧିକାରୀ ବିଜୟ କେତନ ବେହେରାଙ୍କୁ କୁମ୍ଭାରପଡ଼ା ଥାନା, ଅଭିନବ ମିଶ୍ରଙ୍କୁ ତାଳବଣିଆ ଥାନା, ଗୀତାଞ୍ଜଳି ନାୟକଙ୍କୁ ସାଇବର ଥାନା ଏବଂ ମୁଖ୍ୟାଳୟ ଇନ୍ସପେକ୍ଟର ଶୁଭେନ୍ଦୁ ଭୂଷଣ ମହାନ୍ତିଙ୍କୁ କଣାସ ଥାନାର ଅତିରିକ୍ତ ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି।