ଫେବ୍ରୁଆରୀ ତୃତୀୟ ସପ୍ତାହରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ଆରମ୍ଭ ହେବା ସମ୍ଭାବନା ରହିଛି । ସମ୍ଭବତଃ ଫେବ୍ରୁଆରୀ ୧୫ରୁ ୨୦ ତାରିଖ ଭିତରେ ଏହି ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ବର୍ଷର ସବୁଠାରୁ ବଡ଼ ଅଧିବେଶନ ହୋଇଥିବାବେଳେ ଏହା ଦୁଇଟି ପର୍ଯ୍ୟାୟରେ ହେବ । ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ପାଇଁ ଏହା ହେବ ତୃତୀୟ ବଜେଟ୍ ଅଧିବେଶନ । ଏଥର ବଜେଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ପାଇଁ କ’ଣ ନୂଆ ଯୋଜନା ଓ ଘୋଷଣା ଉପହାର ଦେବେ, ତାହା ଉପରେ ସଭିଙ୍କ ନଜର ରହିଛି । ବଜେଟ ଅଧିବେଶନ ନେଇ ଚଳିତ ମାସ ଶେଷ କିମ୍ବା ଫେବ୍ରୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ଅଛି ।

Comments (0)
Add Comment