ରାୟଗଡ଼ା: ଉପାଧ୍ୟକ୍ଷା ପଦ ହରାଇଲେ ଶୁଭ୍ରାପଣ୍ଡା । ପୌର ପରିଷଦରେ ନୂଆ ସମୀକରଣ । ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ସ୍ଥଗିତ ରହିଥିବା ଫଳାଫଳ ଆଜି ଘୋଷଣା ହୋଇଛି । ଏହାପରେ ପଦ ହରାଇଛନ୍ତି ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା । ଶୁଭ୍ରାଙ୍କ ବିପକ୍ଷରେ ୧୯ ଓ ସପକ୍ଷରେ ଦୁଇଟି ଭୋଟ୍ ମିଳିଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଘୋଷଣା କରାଯାଇଛି । ଏଥିପାଇଁ ରାୟଗଡ଼ା ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।