“ପୁନଶ୍ଚ ପୃଥିବୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଦଶପଲ୍ଲା : ଧ୍ୱଂସାଭିମୂଖି ପୃଥିବୀ । ତାହା ପୁଣି ମନୁଷ୍ୟକୃତ । ମାନବ ସମାଜର ଉତ୍‌ଥାନ ସହିତ, ଅତିବୁଦ୍ଧି ସମ୍ପନ୍ନ ମନୁଷ୍ୟ ଧରିତ୍ରୀ ମାତା ଉପରେ କରିଚାଲିଛି ଅତ୍ୟାଚାର । ଫଳତଃ ବିନଷ୍ଟ ହେଉଛି ପରିବେଶ, ଧ୍ୱଂସ ହେଉଛି ଜୈବ ବିବିଧତା ଓ ଲୋପ ହେଉଛି ସବୁଜ ବନାନୀ । ଯଦି ମନୁଷ୍ୟ, ପ୍ରକୃତି ଉପରେ ଏହିପରି ଅତ୍ୟାଚାର କରିଚାଲେ ତେବେ ଆଉ ଅଳ୍ପ କେତେବର୍ଷ ମଧ୍ୟରେ ଆମ ସବୁଜ ଗ୍ରହ ପୃଥିବୀ ଏକ ଉତ୍ତପ୍ତ ଗ୍ରହରେ ପରିଣତ ହେବା ସହିତ ଧ୍ୱଂସ ପାଇଯିବ ଜୀବ ଜଗତ । ତେବେ ଆସନ୍ତୁ ଏବେ ବି ସମୟ ଅଛି , ପୁନଶ୍ଚ ଆମେ ଆମ ପୃଥିବୀକୁ ଧ୍ୱଂସ ମୁଖରୁ ରକ୍ଷା କରିବା । ଏଇ ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ପୁନଶ୍ଚ ପୃଥିବୀ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର ବହୁ ବିଶିଷ୍ଠ ବ୍ୟକ୍ତି ସର୍ବଶ୍ରୀ କବି ମୃରଲୀଧର ମହାରଣା, କବି ଓ ପରିବେଶବିତ୍‌ ପ୍ରଫୁଲ୍ଲ ଚନ୍ଦ୍ର ଦାଶ୍‌, ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ, ଆଡଭୋକେଟ୍‌ ବିରେନ୍ଦ୍ର କୁମାର୍‌, ବିଶିଷ୍ଠ କବି ଓ ସାମ୍ବାଦିକ କବି ସତ୍ୟସଂଧ, ବରିଷ୍ଠ ରାଜନିତୀ ବିଶାରଦ ତଥା ସମାଜସେବୀ ପ୍ରଶନ୍ନ କୁମାର ପଣ୍ଡା, ସାମ୍ବାଦିକ ସୁରେଶ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ପରିବେଶ ରକ୍ଷା ଉପରେ ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ । ଏହି ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ, ସମାଜ ସେବୀ ସନ୍ତୋଷ କୁମାର ସାହୁ , କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣମାଷୀ ଦେବୀ, ମଣ୍ଡଳ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ, ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ଯୋଗ ଦେଇ ପରିବେଶ ସୁରକ୍ଷା , ବିଶ୍ୱ ତାପାୟନ ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

Comments (0)
Add Comment