ଉପରାଷ୍ଟ୍ରପତି ନିର୍ବାଚନ; ଏମିତି କହିଲେ ବିଜେଡି ବିଧାୟକ, ରାଜନୀତି ସରଗରମ

ଭୁବନେଶ୍ବର: ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ବିଜେଡି ଏନଡିଏ ସମର୍ଥିତ ପ୍ରାର୍ଥଙ୍କୁ ସମର୍ଥନ ଜଣାଇବ କି ନାହିଁ ସେ ନିଷ୍ପତ୍ତି ଦଳୀୟ ସୁପ୍ରିମୋ ନେବେ। ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିବା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଲୋଡ଼ିବା ପ୍ରସଙ୍ଗରେ ବିଧାୟକ ଧ୍ରୁବ ସାହୁ ଏହି କଥା କହିଛନ୍ତି।
ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିସାରିଛି। ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ହୋଇଛି। ଏନ୍‌ଡିଏ ବାହାରେ ଥିବା ସମସ୍ତ ଦଳ ସହ କଥା ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ବ ‌ଦିଆଯାଇଛି। ଶ୍ରୀ ସିଂହ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି। ବିଜେଡି ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିଲେ ବି ଜାତୀୟ ଗଣମାଧ୍ୟମରେ ଏହି ବାର୍ତ୍ତାଳାପ ସମ୍ପର୍କରେ ଆଲୋଚନା ଚାଲିଛି।

Comments (0)
Add Comment