ଅଫିସ୍‌ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଶିକ୍ଷୟିତ୍ରୀ ଓ ସିଆରସିସି ଆହତ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ତାଳଦା ପଂଚାୟତ ପଢ଼ିଆରୀ ନୋଡାଲ ବିଦ୍ୟାପୀଠରେ ଅଘଟଣ । ଅଫିସ୍‌ ଗୃହର ସିଲିଂରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟିତ୍ରୀ ଓ ସିଆରସିସିଙ୍କ ମୁଣ୍ଡ ଫାଟି ଆହତ ହୋଇଛନ୍ତି । ଆହତ ଶିକ୍ଷୟିତ୍ରୀ ହେଲେ ପ୍ରିୟଦର୍ଶିନୀ ସେନାପତି ଓ ସିଆରସିସି ତ୍ରିଲୋଚନ ବେହେରା ଏହି ଦୁଇଙ୍କ ମୁଣ୍ଡ ଫାଟିଥିବା ବେଳେ ଖେଳ ଶିକ୍ଷକ ଦୈତାରୀ ନାୟକଙ୍କ ହାତରେ ଆଘାତ ଲାଗିଛି । ଉଭୟ ଆହତଙ୍କୁ ନିକଟସ୍ଥ ଜଗତସିଂହପୁର ଜିଲ୍ଲାର ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେଫର କରାଯାଇଛି । ସବୁଠାରୁ ବଡ଼କଥା ହେଉଚି ୫-ଟି ରୂପାନ୍ତରିତ କାର୍ଯ୍ୟର ୬ ମାସ ପରେ ନିମ୍ନମାନର କାର୍ଯ୍ୟ ଯୋଗୁ ଅଫିସ୍‌ ସିଲିଂରୁ ପ୍ଲାଷ୍ଟର ଖସିବା ଘରଣା ଚର୍ଚ୍ଚାର ବିଷୟ ହୋଇଚି । ପୂର୍ବରୁ ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ ଆଜି ଏକ ମିଟିଂ ଥିଲା । ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡାକିଥିଲେ । ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ । ଏହି ସମୟରେ ଅଫିସ୍‌ ଘର ସିଲିଂରୁ ହଠାତ୍‌ ପ୍ଲାଷ୍ଟର ଖସିଥିଲା । ଯେଉଁଥିରେ ସିଆରସିସି ଓ ଶିକ୍ଷୟିତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତର ହୋଇଥିଲେ । ଖବର ପାଇ ଅନ୍ୟ ଶିକ୍ଷକ ଓ ସ୍ଥାନୀୟ ଲୋକେ ପହଞ୍ଚି ଜଗତସିଂହପୁର ଜିଲା ବାଲିକୁଦାରେ ଥିବା ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଶିକ୍ଷୟିତ୍ରୀ ଜଣକ ଅଧିକ ଗୁରୁତର ଥିବାରୁ ତାଙ୍କୁ ଜଗତସିଂହପୁର ରେଫର କରାଯାଇଛି । ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଏହି ଘଟଣା ଘଟିବା ପାଇ ଦାୟୀ କିଏ ? ଯଦି କାହାର କିଛି ହୋଇଯାଇଥାନ୍ତି ସେଥିପାଇଁ ଦାୟୀ କିଏ ରହିଥାନ୍ତି । ଏଣୁ ଏହାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବୀ ହୋଇଛି ।

Comments (0)
Add Comment