ଏଥର ଭକ୍ତଙ୍କୁ ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ: ଚଳିତ ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ ।ଗୋଟିଏ ଦିନରେ ନବଯୌବନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।କେବଳ ସେବାୟତ ପରିବାର ନବଯୌବନ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି।ସେପଟେ ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ନିଷ୍ପତ୍ତିକୁ କାୟମ ରଖିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି ।ନୀତିର ଯଥେଷ୍ଟ ପୂର୍ବରୁ ସଂପୃକ୍ତ ସେବାୟତ ମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି ।
ଶୃଙ୍ଖଳିତ ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦିତ କଲା କମିଟି ।୧୯୭୧ ମସିହା ରଥଯାତ୍ରା ଦିନର ନୀତି ଅନୁସାରେ ହିଁ ହୋଇଛି ନୀତି ନିର୍ଘଣ୍ଟ । ଅନୁମୋଦିତ ସୂଚୀ ଅନୁଯାୟୀ ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ । ଜୁଲାଇ ୬ ତାରିଖ ଦିନ ପଟିଦିଅଁଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ବିଜେ କରାଯିବ। ୭ ତାରିଖ ଦିନ ଭୋର ୨ ଟାରୁ ଦ୍ୱାରଫିଟା ଯାଇ ନେତ୍ର ଉତ୍ସବ ନୀତି କରାଯିବା ସହ ସେହି ଦିନ ରଥ ପ୍ରତିଷ୍ଠା ଓ ମହାପ୍ରଭୁଙ୍କ ପହଣ୍ଡି, ଛେରା ପହଁରା ଆଦି ସମସ୍ତ ନୀତି ଶେଷ ହେବ। ଅପରାହ୍ନ ୫ଟାରେ ରଥଟଣା କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

Comments (0)
Add Comment