ଲଛିପୁରଠାରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଆୟୋଜିତ

ସୁବର୍ଣ୍ଣପୁର : ସଦର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଥା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ସଫଳ ଭାବେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟମେଳାରେ ୧୦୩୯ ଲୋକ ପଞ୍ଜିକୃତ ହୋଇ ବିଭିନ୍ନ ରୋଗ ପାଇଁ ଚିକିତ୍ସା ସୁବିଧା ପ୍ରାପ୍ତ ହୋଇଥିଲେ । ଡାକ୍ତର ସଞ୍ଜୟ କୁମାର ପ୍ରଧାନ, ଡାକ୍ତର ଦିଲ୍ଲୀପ କୁମାର ପୁରୋହିତ, ଡାକ୍ତର କ୍ଷୀରୋଦ କୁମାର ମିଶ୍ର, ଡାକ୍ତର ମୁକେଶ ମେହେର, ଡାକ୍ତର ସରୋଜ ମେହେର, ଡାକ୍ତର ଦେବେଶ କୁମାର ପଣ୍ଡା ପ୍ରମୂଖ ବିଭିନ୍ନ ବିଭାଗରେ ଲୋକଙ୍କୁ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ । ପ୍ରାୟ ୫୦ ଜଣ ବ୍ୟକ୍ତିଙ୍କ ଅନଲାଇନରେ ସ୍ୱାସ୍ଥ୍ୟ ପରିଚୟ ପତ୍ର ସୃଷ୍ଟି କରାଯାଇଥିଲା । ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସଚେତନତା ଷ୍ଟଲ ସହ, ପାରମ୍ପରିକ ଲୋକକଳାକାରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଚେତନଧର୍ମୀ ନାଟକ ପ୍ରଦର୍ଶନ ଏବଂ କୁଇଜ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ମଧୁସୁଦନ ଓତା, ଡିପିଏମ ବିଶ୍ୱମ୍ୱର ବେହେରା ପ୍ରମୁଖ ବ୍ଲକ ସ୍ୱାସ୍ଥ୍ୟମେଳାର ଆଭିମୁଖ୍ୟ ଉପରେ ଆଲୋଚନା କରିବା ସହ ଗ୍ରାମାଞ୍ଚଳରେ ଏହି ପରି ସ୍ୱାସ୍ଥ୍ୟମେଳା ବ୍ୟାପକ ଭାବେ ଆୟୋଜନ କରାଯିବା ଉଚିତ ବୋଲି ମତବ୍ୟକ୍ତ କରିଥଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ସଭ୍ୟା ସସ୍ମିତା ନାୟକ, ଖଲିଆପାଲି ସମିତି ସଭ୍ୟଙ୍କ ପ୍ରତିନିଧି, ଲଛିପୁର ସରପଞ୍ଚ ଜ୍ୟୋତି ରଂଜନ ନୁଆଁଇ, ରେଙ୍ଗାଲି ସରପଞ୍ଚ ପ୍ରଦୀପ ବାଘ, ଛକୋରମାଲ ସରପଞ୍ଚଙ୍କ ପ୍ରତିନିଧି ଶଙ୍କର ସା ପ୍ରମୁଖ ମଂଚାସୀନ ଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ । ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱାସ୍ଥ୍ୟ ମେଳାଟି ଆୟୋଜିତ ହୋଇଥିବା ବେଳେ ପିଏଚଇଓ ପ୍ରଦ୍ୟୁମ୍ନ କୁମାର ସାହୁ ବିପିଏମ ଅଶୋକ ମିଶ୍ର, ସ୍ୱାସ୍ଥ୍ୟକର୍ମୀ ପ୍ରଶାନ୍ତ ସହୁ ଆୟୋଜନରେ ପ୍ରମୁଖ ଭୂମିକା ନର୍ବାହ କରିଥିଲେ । ସ୍ୱାସ୍ଥ ପରିଦର୍ଶକ ଶାନ୍ତ୍ୱନୁ ମହେର, ସୀମାଞ୍ଚଳ ଦାଶ, ରଂଜିତା ପଣ୍ଡା, ଦୀପକ ସାହୁ, ସିତୁ ସାହୁଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସ୍ୱାସ୍ଥ୍ୟମେଳା ଆୟୋଜନରେ ସହଯୋଗ କରିଥିଲେ ।

Comments (0)
Add Comment