ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ୍‌: ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ। ସୋମବାର ଏକ ଟ୍ରକ୍‌ ଭିତରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସେଠାକାର ସ୍ଥାନୀୟ ପୁଲିସ ସୂଚନା ଦେଇଛି।

ସେନ୍ ଆଣ୍ଟୋନିଓର କେସାଟ୍ ଚ୍ୟାନେଲ୍ ଅନୁସାରେ, ଟ୍ରକଟି ସହରର ଦକ୍ଷିଣ ପ୍ରାନ୍ତରେ ଥିବା ଏକ ରେଳ ଧାରଣା ପାଖରେ ଥିଲା। ଏହାକୁ ଖୋଲିବା ପରେ ତା’ଭିତରୁ ଏତେ ସଂଖ୍ୟାରେ ମୃତଦେହ ମିଳିଥିଲା।

କେସାଟର ଟ୍ୱିଟ୍ ଅନୁସାରେ, ପୁଲିସ ଗାଡି ଓ ଆମ୍ବୁଲାନ୍ସ ଏକ ବଡ ଟ୍ରକ୍ ଆଗରେ ରହିଛନ୍ତି। ଏଥିରେ ମୃତଦେହ ଲଦାଯାଉଛି। ତେବେ ସମସ୍ତ ମୃତକ ବେଆଇନ ଭାବେ ଆମେରିକାରେ ପ୍ରବେଶ କରୁଥିଲେ ବୋଲି ଅନୁମାନ କରାଯାଉଛି। ସେପଟେ ସେନ୍ ଆଣ୍ଟୋନିଓ ପୁଲିସ ଘଟଣା ବାବଦରେ ଅଧିକ ତଥ୍ୟ ଦେଉନାହିଁ।

Comments (0)
Add Comment