ଶ୍ଵେତଗଙ୍ଗାରେ ପିଣ୍ଡଦାନ ସହ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମହାମହିମ

ପୁରୀ- ୬ ଦିନିଆ ଓଡିଶା ଗସ୍ତର ତୃତୀୟ ଦିନରେ ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ପୂର୍ଣ୍ଣାଙ୍ଗ ବେଶରେ ଦର୍ଶନ କରିଥିଲେ ମହାମହିମ। ବୁଧବାର ପୂର୍ବାହ୍ନ ୬ଟା ୫୦ ମିନିଟ ସମୟରେ ଶ୍ରୀମତୀ ମୁର୍ମୁ ଲୋକଭବନ୍ ରୁ ବାହାରି ୭ଟା ସମୟରେ ସ୍ଵେତଗଙ୍ଗାରେ ପହଞ୍ଚି ପିଣ୍ଡଦାନ କରିଥିଲେ। ପରେ ସେ ସିଂହ ଦ୍ଵାର ନିକଟରେ ପହଞ୍ଚିବ। ପରେ ଗଜପତି ଦିବ୍ୟସିଂହ ଦେବ,ରାଜ୍ୟପାଳ ହରିବାବୁ କମ୍ଭମପତି ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ପରେ ସେ ପଦ ପ୍ରକ୍ଷାଳନ ସହ ଅରୁଣ ସ୍ତମ୍ବ ନିକଟରେ ମୁଣ୍ଡିଆ ମାରି ଶ୍ରୀମନ୍ଦିର ରେ ପ୍ରବେଶ କରିଥିଲେ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦେଖି ଲୁହ ଝରାଇଥିଲେ ମହାମହିମ। ମୁକ୍ତି ମଣ୍ଡପ ନିକଟରେ ପଣ୍ଡିତଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ ରାଷ୍ଟ୍ରପତି ।

ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ ସାନିଧ୍ୟ ନେଲେ। ୪୫ ମିନିଟ୍ କାଳ ଶ୍ରୀମନ୍ଦିର ଭିତରେ ସେ ଅତିବାହିତ କରିଥିଲେ । ମହାମହିମଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ଲାଗିଥିଲା। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଥିଲା ବେଦ ଧ୍ଵନି । ଫେରିବା ବାଟରେ ବାଇଶି ପାହାଚରେ କିଛି ସମୟ ବସିଥିଲେ ରାଷ୍ଟ୍ରପତି | ସେବାୟତଙ୍କ ପକ୍ଷରୁ ମହାପ୍ରଭୁଙ୍କ କର ପଲ୍ଲବ ଉପହାର ମହାପ୍ରଭୁଙ୍କ ଦିଆଯାଇଥିବା ବେଳେ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶ ର ପଟଚିତ୍ର ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ପ୍ରଦାନ କରାଯାଉଥିଲା । ସାଧାରଣ ଭକ୍ତ ଟିଏ ପରି ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ସିଂହଦ୍ୱାର ବାଇଶି ପାହାଚ ଓ ସାତ ପାହାଚ ଦେଇ ଭାବ ବିହ୍ୱଳ ପୂର୍ବକ ଭିତରକୁ ଯାଇ ଦର୍ଶନ କରିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ,ଗଜପତି ମହାରାଜ ଦିବ୍ୟସିଂହ ଦେବ ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment