ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ପୋଲାମ ଗ୍ରାମର ଗୁହିରାଟିକିରା ଠାରେ ଶନିବାରରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ମହିମା ବ୍ରହ୍ମଯଜ୍ଞ ରବିବାର ଉଦଯାପିତ ହୋଇଯାଇଛି । ଶୁକ୍ରବାର ପୂର୍ବାହ୍ନରେ ସାଲୁଙ୍କି ନଦୀ ଘାଟରୁ ଗଙ୍ଗାମାତାଙ୍କୁ ଆବାହନ କରି କଳସୀରେ ଜଳ ଧରି ମହିଳାମାନେ ଏକ ଶୋଭାଯାତ୍ରାରେ ଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ । ୨୬ ତାରିଖରେ ନାମଯଜ୍ଞ ଆରମ୍ଭ ହୋଇଥିଲା । ୨୬ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର ଯଜ୍ଞ ଦର୍ଶନ କରିଥିଲେ । ବାବା ଅବଧୂତ କୂଳଧର, ଅବଧୂତ ଆନନ୍ଦ ଚନ୍ଦ୍ର ବାବା, ସାଧୁ ପ୍ରଭାକର ଦାସ, ସାଧୁ ଶ୍ୟାମ ଦାସ, ଯଶୋବନ୍ତ ଦାସ, ଗୋକୁଳ ଦାସ, ଝସକେତନ ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଏହି ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯଜ୍ଞ ପରିଚାଳନା କମିଟିର ସଭାପତି ନନ୍ଦି କିଶୋର ପ୍ରଧାନ, ଉପ ସଭାପତି ନବୀନ ଡାଙ୍ଗ, ସମ୍ପାଦକ ପ୍ରମୋଦ କୁମାର କଲତା, ସହ ସମ୍ପାଦକ ମୃତ୍ୟୁଞ୍ଜୟ କଲତା, କୋଷାଧ୍ୟକ୍ଷ ମାନସ ପ୍ରଧାନ, ସଭ୍ୟ ଶମ୍ଭୁ ଗିରି, ସ୍ୱେଚ୍ଛାସେବୀ ଅତ୍ରି ପ୍ରଧାନ, କାହ୍ନୁ ଚରଣ ମେଶୁଆ, ସହଦେବ ଡାଙ୍ଗ ଏବଂ ପୋଲାମ ଗ୍ରାମବାସୀ ସହଯୋଗ କରିଥିଲେ ।