୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର, ୧୦/୧୧: ବାଲେଶ୍ୱରରେ ମଧୁବାବୁ ପେନସନ ଯୋଜନାରେ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଦ୍ୱାରା ଯୋଗ୍ୟ ଆବେଦନକାରୀଙ୍କୁ ଆଉ ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ମୋଟ ୫ ଲକ୍ଷ ୫ ହଜାର ୮୧୭ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ନୂଆ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ସରକାର ସୁବିଧା କରିଛନ୍ତି । ଏଣିକି ଅନଲାଇନରେ କରିପାରିବେ ଆବେଦନ । ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ଲକର ବିଡିଓ କାର୍ଯ୍ୟାଳୟ କିମ୍ବା ସରକାରୀ ପୋର୍ଟାଲ୍ upmp.odisha.gov.in ମାଧ୍ୟମରେ ଅନଲାଇନ୍‌ରେ ଆବେଦନ କରିପାରିବେ । ଏଥିପାଇଁ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବନି ।

Comments (0)
Add Comment