ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ‌କଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ପ୍ରାର୍ଥୀପତ୍ର ଦାଖଲ କରିବା ଲାଗି ନିଜ ସମର୍ଥକମାନଙ୍କ ସହ ବାସଭବନରୁ ଏକ ନିରାଡମ୍ବର ଶୋଭାଯାତ୍ରାରେ ଘରୁ ବାହାରିଥିଲେ। ରାଜେନ୍ଦ୍ର ଦାସ ଭଦ୍ରକ ବ୍ଲକ ପରିସରରେ ସେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଧାମନଗରବାସୀଙ୍କର ସେବା କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି ରାଜେନ୍ଦ୍ର ଦାସ କହିଛନ୍ତି। ରାଜୁ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ମଧ୍ୟ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ତାଙ୍କ ସହ ଧାମନଗରବାସୀ ଅଛନ୍ତି ବୋଲି ସେ କହିଛନ୍ତି। ବିଜେଡି  ଦଳ ତାଙ୍କ ପ୍ରତି ଅବିଚାର କରିଛି। ତାର ଜବାବ ଧାମନଗରବାସୀ ଦେବେ ବୋଲି  ସେ ମତ ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି। କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ  ୨୦୧୯ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲି। ଏଥର ନିଶ୍ଚୟ ବିଜୟୀ ହେବି।

Comments (0)
Add Comment