ଗଜଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଚମ୍ପୁଆ,୨ା୧୧:ଚମ୍ପୁଆ ବ୍ଲକର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୋଧୂଳିଠାରେ ଦୁଇ ଦିନିଆ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ପ୍ରଥମ ଦିନ ସମସ୍ତ ବର୍ଗର ମୋଟ ୫୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ସେଥିରୁ ୩୪ଟି ଦଳ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଫାଇନାଲ ରାଉଣ୍ଡ ଦିନର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ରାଜକିଶୋର ମହାନ୍ତ, ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପବିତ୍ର କୁମାର ନାୟକ, ସାମ୍ବାଦିକ ଦାଶରଥି ଗିରି ଓ ଶିକ୍ଷକ ତଥା ଲକ୍ଷ୍ମୀପୂଜା କମିଟିର ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ନାଏକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ କେନ୍ଦୁଝର ପଦ୍ମପୁରର ସଂଗ୍ରାମ ଡି, ଯୋଡାର ଜାକ ଜାକିର ଓ କେନ୍ଦୁଝରର ଦେବସ୍ମିତା ମହାନ୍ତ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ମୋହନ ନାଏକ ମଂଚ ପରିଚାଳନା କରିଥିଲେ । ୩୪ ଗୋଟି ଦଳ ମଧ୍ୟରୁ ବିଚାରକଙ୍କ ଦ୍ୱାରା ଚୟନ କରାଯାଇ କନିଷ୍ଠ ବର୍ଗର ପ୍ରଥମ ସ୍ଥାନ ଅଧିକାର କରିଥିବା ସ୍ୱାପନିଲ ଘୋସଙ୍କୁ ୨୫୦୦ ଶହ ଟଙ୍କା ସହିତ ଟ୍ରଫି, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ସ୍ରିଷ୍ଟିପ୍ରିୟା ପ୍ରଧାନଙ୍କୁ ୧୫୦୦ଶହ ଟଙ୍କା ସହିତ ଟ୍ରଫି, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରାଚିପ୍ରିୟାଙ୍କୁ ୧୦୦୦ ଟଙ୍କା ସହିତ ଟ୍ରଫି, ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବାରିପଦାର ଆକାଶ କୁମାରଙ୍କୁ ୪୫୦୦ ଶହ ଟଙ୍କା ସହିତ ଟ୍ରଫି, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ହରିଚନ୍ଦନପୁରର ଲିଜାରାଣି ମହାକୁଡଙ୍କୁ ୩୦୦୦ ଶହ ଟଙ୍କା ସହିତ ଟ୍ରଫି, ତୃତୀୟ ସ୍ଥାନ ଅଧିକାର କରିଥିବା ୟସବନ୍ତ ମହାନ୍ତଙ୍କୁ ୨୦୦୦ ଟଙ୍କା ସହିତ ଟ୍ରଫି ସେହିପରି କନିଷ୍ଠ ଓ ବରିଷ୍ଠ ଗ୍ରୁପ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିୟୁସ୍‌ ଓ ଆଫ୍ରିନ ଡାନ୍ସ ଗ୍ରୁପ ବଡବିଲକୁ ୪୫୦୦ ଶହ ଟଙ୍କା ସହିତ ଟ୍ରଫି, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଡିଡିଏସ ଡ୍ୟାନ୍ସ କେନ୍ଦୁଝରଙ୍କୁ ୩୦୦୦ ଶହ ଟଙ୍କା ସହିତ ଟ୍ରଫି, ତୃତୀୟ ସ୍ଥାନ ଅଧିକାର କରିଥିବା ଡିଆରଏକ୍ସ-୨ ଯୋଡାଙ୍କୁ ୨୦୦୦ ଟଙ୍କା ସହିତ ଟ୍ରଫି କମିଟି ଦ୍ୱାରା ପ୍ରଦାନ କରାଯାଇଥିଲା । ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ଛତ୍ରପତି ନାଏକ, ନରେନ୍ଦ୍ର ନାଏକ, ମୋହନ ନାଏକ, ନବକିଶୋର ନାଏକ, ଲକ୍ଷ୍ମୀକାନ୍ତ ନାଏକ, ଜଗଦିଶ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗିତା କରିଥିଲେ । ଲକ୍ଷ୍ମୀପୂଜା କମିଟି ଦ୍ୱାରା ଆୟୋଜିତ ହୋଇଥିବା ମହିଳା ମାନଙ୍କ ବିଭିନ୍ନ ମନରୋଞ୍ଜନ ଖେଳରେ ବିଜୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ଓ ଲକ୍ଷ୍ମୀପୂଜା କମିଟିର ୫ ଜଣ ସଦସ୍ୟଙ୍କୁ ଶ୍ରେଷ୍ଠ ଭୋଲଂଟିୟର ଆୱାର୍ଡ ପ୍ରଦାନ କରାଯାଇଥିଲା ।

Comments (0)
Add Comment