ଭିଜିଲାନ୍ସ ଜାଲରେ ବୌଦ୍ଧ MVI

ବୌଦ୍ଧ- ଆକ୍ସନରେ ରାଜ୍ୟ ସରକାର । ତ୍ରାହିତ୍ରାହି ଡାକିଲେ ଦୁର୍ନୀତିଗ୍ରସ୍ତ ଅଫିସର । ଜଣେ ପରେ ଜଣେ ସରକାରୀ ବାବୁ ଏବେ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଆଜି ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବୌଦ୍ଧ ଜିଲ୍ଲା ପରିବହନ କାର୍ଯ୍ୟାଳୟରେ କାର୍ଯ୍ୟରତ MVI ଗୋପାଳ ଚନ୍ଦ୍ର ହାଁସଦା ଏବେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଉଥିବା ବେଳେ ଏକକାଳୀନ ୬ ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ବୌଦ୍ଧ ପରିବହନ କାର୍ଯ୍ୟାଳୟର ଚେମ୍ବର୍, ବୌଦ୍ଧ ସହର ରାମେଶ୍ବର ବିହାର ସ୍ଥିତ ଭଡ଼ା ଘରେ ଚଢ଼ାଉ ଜାରି ରହିଥିବା ବେଳେ ତାଙ୍କ ନିଜସ୍ଵ ବାସଭବନ ବାରିପଦାର ପ୍ରଫୁଲ୍ଲ ନଗର, ପୈତୃକ ବାସଭବନ ମୟୂରଭଞ୍ଜ ଗୁଡ଼ିଡିହା, ଭୁବନେଶ୍ୱରରେ ତାଙ୍କ ଝିଅର ଭଡ଼ା ଘର ଏବଂ ବାରିପଦା ବାଗଡିହା ଠାରେ ତାଙ୍କ ନିକଟତମ ବ୍ୟକ୍ତି ଙ୍କ ଘରେ ରେଡ ଜାରି ରଖିଛି ଭିଜିଲାନ୍ସ ଟିମ୍ । ତେବେ ବୌଦ୍ଧ ଠାରେ ରେଡ ସମୟରେ ନଗଦ ଏକ ଲକ୍ଷ୍ 46 ହଜାର , ତିତୋଟି ମୋବାଇଲ୍ ଫୋନ୍, ଚାରିଗୋଟି ATM କାର୍ଡ ଏହା ସହିତ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ।
ତେବେ ଏହି ଚଢାଉରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି । ବୌଦ୍ଧରେ DI ଙ୍କ ନେତୃତ୍ଵ ରେ ଟିମ୍ ଚଢ଼ାଉ କରିଛି ।

Comments (0)
Add Comment