ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଏହା ସଂଧ୍ୟା ସୁଦ୍ଧା ଅବପାତର ରୂପ ନେବ । ଆସନ୍ତାକାଲି ଗଭୀର ଅବପାତ ଏବଂ ୨୬ତାରିଖରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି । ୨୭ ତାରିଖ ବେଳକୁ ଏହା ଶକ୍ତିଶାଳୀ ରୂପ ନେବ । ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ସ୍ପଷ୍ଟ କରିଛି ।