ପୂଜାକଲେ,କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀରେ ପହଞ୍ଚିବା ପରେ ସିଧାସଳଖ ଗାଡକଣ ଗାଁକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ପହଞ୍ଚିବା ପରେ ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୨୦ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ହିତାଧିକାରୀ, ୮ ଜଣ ଏସଏଚଜି ମହିଳା ଏବଂ ୨ ଜଣ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ଥିବା ଜଣାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ଗାଡକଣରେ ଉପସ୍ଥିତ ଥିଲେ । ମୋଦି ହିତାଧିକାରୀମାନଙ୍କ ସହ ଅଧ ଘଣ୍ଟା କାଳ ଆଲୋଚନା କରିଥିଲେ । ଏହି ଅବସରରେ ସେ ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ପ୍ରସ୍ତୁତ ହୋଇଥିବା କ୍ଷୀରି ଖାଇଥିଲେ । ମୋଦି କିଛି ସମୟ ପାଇଁ ଅନ୍ତର୍ଯ୍ୟାମୀଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଛୋଟ ଛୁଆଙ୍କ ମୁଣ୍ଡରେ ହାତ ମାରିଥିଲେ । ସେଠାରେ ସେ ପୂଜାର୍ଚ୍ଚନା ବି କରିଥିଲେ । ଏହାପରେ ମୋଦି ଜନତା ମଇଦାନ ଅଭିମୁଖେ ବାହାରି ଯାଇଥିଲେ ।

Comments (0)
Add Comment