ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ସ୍ଥିତ ଶିକ୍ଷା ନିକେତନ ଅନୁଷ୍ଠାନରେ ଅକ୍ଟୋବର ୧୧ ତାରିଖରେ ବିଶ୍ବ କନ୍ୟା ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର କୁନି କୁନି ଶିଶୁଙ୍କ ଦ୍ବାରା ନୃତ୍ୟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମାଜରେ ଶିଶୁ କନ୍ୟାର ମହତ୍ୱ ଏବଂ ସେମାନଙ୍କ ସୁରକ୍ଷା ସମ୍ବନ୍ଧରେ ବକୃତା ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡ଼ା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୬୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ଉଦ୍ୟମରେ ବାଲିଗୁଡ଼ାରେ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ଇତିଶ୍ରୀ ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ଏସଡିପିଓ ରମେନ୍ଦ୍ର ପ୍ରସାଦ, ଗଞ୍ଜୁପଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ଜିତେନ୍ଦ୍ର ପାତ୍ର, ଶିକ୍ଷା ନିକେତନ ଅନୁଷ୍ଠାନର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ସାହୁ, ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା ତଥା ଶିକ୍ଷା ନିକେତନର ଉପଦେଷ୍ଟା ଭଗବାନ ଜେନା, ଅନୁଷ୍ଠାନର ସମ୍ପାଦିକା ରେଖାରାଣୀ ମହାପାତ୍ର ଯୋଗଦେଇ କୁନି ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଶିକ୍ଷା ନିକେତନ ପକ୍ଷରୁ ବାଲିଗୁଡ଼ାରେ ପ୍ରଥମଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ପ୍ରତିଷ୍ଠାତାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଅତିଥି ଗଣ ।