ଭୁବନେଶ୍ୱର: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି।
ଝାରସୁଗୁଡ଼ାରେ ସର୍ବାଧିକ ୭.୨ ଡିଗ୍ରୀ ବଢି ୧୪ ଡିଗ୍ରୀ ହେଲା ତାପମାତ୍ରା। ସେହିପରି କେନ୍ଦୁଝରରେ ୫.୨ ବଢି ହେଲା ୧୪.୬ଡିଗ୍ରୀ। ଭୁବନେଶ୍ୱରରେ ୨.୨ ବଢି ହେଲା ୧୪.୬ଡିଗ୍ରୀ। ପାରାଦୀପରେ ୩ ଡିଗ୍ରୀ ବଢି ହେଲା ୧୫.୪। ବାଲେଶ୍ୱରରେ ୩ ବଢି ହେଲା ୧୬ ଡିଗ୍ରୀ। ଚାନ୍ଦବାଲିରେ ୪ ବଢି ହେଲା ୧୬.୨ ଡିଗ୍ରୀ। ଗୋପାଳପୁରରେ ୧.୪ ବଢି ହେଲା ୧୬.୮ଡିଗ୍ରୀ। ପୁରୀରେ ୨.୪ ବଢି ହେଲା ୧୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।