୧୧ ଦଫା ଦାବୀ ନେଇ ବେଲପଡ଼ା ବ୍ଲକ ଘେରିଲା ବିଜେପି

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଘେରିଲା ବିଜେପି । ପାଟଣାଗଡ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓ ନେତୃତ୍ୱରେ ବେଲପଡ଼ା ସ୍ଥାନୀୟ ତାରିଣୀ ମନ୍ଦିରରୁ ରାଲିରେ ବାହାରି ବେଲପଡ଼ା ବ୍ଲକର ସମ୍ମୁଖରେ ବିଭିନ୍ନ ନାରା ଦେଇ ଧାରଣା ଦେଇଥିଲେ । ଆଜି ୧୧ ଦଫା ସମ୍ବଳିତ ଏକ ଦାବୀପତ୍ର ବେଲପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ସୋରେନଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଫା ପ୍ରଦାନ କରିଥିଲେ । ପାନୀୟଜଳ ଯୋଗାଣ, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରାଆବାସ ଯୋଜନା, ଛତୁଆ ଦୁର୍ନୀତି, ପାଇଖାନା ନିର୍ମାଣ ଦୁର୍ନୀତି ଆଦି ୧୧ ଦଫା ଦାବୀ ମାନ ଦାବୀପତ୍ରରେ ଉଲ୍ଲେଖ କରିଥିଲେ । ଗତ ଜାନୁୟାରୀ ମାସରେ ଦେଇଥିବା ଦାବି ମଧ୍ୟରୁ ଉକ୍ତ ଦାବି ଗୁଡିକ କେତେ ସମାଧାନ ହୋଇଛି ଓ କାର୍ଯ୍ୟକ୍ଷମ ହୋଇଛି ଆସନ୍ତା ୩୧ ତାରିଖ ମଧ୍ୟରେ ରିପୋର୍ଟ୍‌ ଦେବା ପାଇଁ ବେଲପଡ଼ା ବିଡିଓଙ୍କୁ ପୂର୍ବତନ ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓ କହିଥିଲେ । ଦାବୀ ପ୍ରଦାନ ବେଳେ ଏମପି ନୋମିନି ଜିଲ୍ଲା ପରିଷଦ ସଭ୍ୟା ସବଦ୍ଧ ମିର୍ଦ୍ଧା, ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, କୁନୁ ମୁଣ୍ଡା ପ୍ରମୁଖ ଅଞ୍ଚଳ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment