ପୁରୀ-ଆସନ୍ତା 3 ତାରିଖରେ ମହାମହୀମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। 3 ତାରିଖରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରି ସିଧାସଳଖ ଲୋକଭବନରେ ରାତ୍ରୀ ଯାପନ କରିବେ | ତା ପରଦିନ 4 ତାରିଖରେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା ଯାଇ ପୂର୍ବପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେବେ। ତେଣୁ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱେତଗଙ୍ଗା ପୁଷ୍କରିଣୀ ଚତୁର୍ପାର୍ଶ୍ୱ, ଶ୍ରୀମନ୍ଦିର ଭିତର, ଶ୍ରୀମନ୍ଦିର ଵାହାର ଓ ସମ୍ପୂର୍ଣ୍ଣ ପୁରୀ ସହରକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ତେବେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ପୁରୀ ପୋଲିସ ତରଫରୁ ଆଗୁଆ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି କହିଛନ୍ତି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସମୁଦାୟ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ସହରର ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ୟୁନିଟ ,anti drone unit ,anti sabbotise team , ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ | ଏବେ ସହରରେ ରାତ୍ରିକାଳୀନ ନାକା କଡାକଡି କରାଯାଇଛି। ସହରରେ ଥିବା ସମସ୍ତ ହୋଟେଲ ,ଲଜିଂ ତନଖି କରାଯାଇଛି। ସହରର ବିଭିନ୍ନ ଜନଗହଳିପୁର୍ଣ ସ୍ଥାନ ସମେତ ହୋଟେଲ୍,,ରାସ୍ତାଘାଟ ଯାଞ୍ଚ ପରେ ଆଜି ପୁରୀ ପୋଲିସ,GRP ଏବଂ RPF ତରଫରୁ ରେଳଷ୍ଟେସନରେ କଡାକଡି ଯାଞ୍ଚ କରାଯାଇଛି। ଡଗ୍ ସ୍କ୍ୱାଡ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି କହିଛନ୍ତି। ୪ ତାରିଖରେ ରାଷ୍ଟ୍ରପତି ସକାଳ ୭ ଟା ରେ ଶ୍ୱେତଗଙ୍ଗା ପୁଷ୍କରିଣୀ ଯାଇ ପିଣ୍ଡଦାନ କରିବେ। ସକାଳ ୭.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ରୁଟ୍ ରେ ସାଧାରଣ ଯାତାୟାତ ବନ୍ଦ ରହିବ।ରୁଟ ଲାଇନ୍ ଏରିଆକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଥିବା ଏସପି କହିଛନ୍ତି।