ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଓମ୍‌ ପ୍ରସାଦ ସାହୁ ବାଲିଗୁଡ଼ା ୧୦ମ ଟପ୍ପର,ଛୁଟୁଛି ଶୁଭେଚ୍ଛାର ସୁଅ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଟପ୍ପର ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓମ୍‌ ପ୍ରସାଦ ସାହୁ । ମୋଟ ୬୦୦ ନମ୍ବରରୁ ୫୫୨ ନମ୍ବର ରଖିଥିବା ସହ ଶତକଡା ୯୨ ପ୍ରତିଶତ ରଖି ବାଲିଗୁଡ଼ା ବ୍ଲକ୍‌ ଟପ୍ପର ହୋଇଛନ୍ତି ଓମ୍‌ ପ୍ରସାଦ ସାହୁ । ଏବେ ଓମ୍‌ ଙ୍କ ନିକଟକୁ ଅଞ୍ଚଳବାସୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସୂଚନା ପ୍ରକାରେ ଓମ୍‌ ପ୍ରସାଦ ସାହୁଙ୍କ ବାପା ଦିଲ୍ଲିପ କୁମାର ସାହୁଙ୍କ ଗତ ୨୦୧୬ ମସିହାରେ ଆକାଳ ବିୟୋଗ ପରେ ମା ବବିତା ସାହୁ ଅନେକ ଝଡ଼ ଝଞ୍ଜା ସହି ଦୁଇ ଛୁଆଁ ଝିଅ ଅନମୋଲ ଓ ପୁଅ ଓମ୍‌କୁ ମଣିଷ କରିବା ପାଇଁ ଦିନରାତି ଏକ କରିଦେଇଥିଲେ । ବବିତା ମଧ୍ୟ ବୃତ୍ତିରେ ଜଣେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅଟନ୍ତି । ପୁଅ ଝିଅ ଦୁହେଁ ବାଲିଗୁଡ଼ା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢ଼ୁଥିବା ବେଳେ ଝିଅ ଅନମୋଲ ସାହୁ ଗତ ୨୦୧୮ ମସିହା ୧୦ମ ପରୀକ୍ଷାରେ ୯୩ ପ୍ରତିଶତ ନମ୍ବର ରଖି ବ୍ଲକ୍‌ ଟପ୍ପର ହୋଇଥିବା ବେଳେ ବର୍ତ୍ତମାନ ପୁଅ ଓମ୍‌ ପ୍ରସାଦ ସାହୁ ଚଳିତ ବର୍ଷ ୧୦ମ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି ବ୍ଲକ୍‌ ଟପ୍ପର ହୋଇଛନ୍ତି । ମା ବବିତା ସାହୁଙ୍କ ସଠିକ୍‌ ମାର୍ଗଦର୍ଶିନ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉଚିତ୍‌ ଶିକ୍ଷା ଦାନ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଓମ୍‌ ପ୍ରସାଦ ସାହୁ ।

Comments (0)
Add Comment