ଟାକରା ହାଇସ୍କୁଲରେ ଅବ୍ୟବସ୍ଥା ଘଟଣା, ଖବର ପ୍ରସାରଣର ୧୨ ଦିନ ପରେ ମଧ୍ୟ ଫଳ ଶୂନ

ଦଶପଲ୍ଲା : ଗତ ୨୬ ତାରିଖରେ ଦଶପଲ୍ଲା ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଟାକରା ଠାରେ ଚାଲିଥିଲା ଅଭିଭାବକ ଆମର ଅଂଶୀଦାର ସମାବେଶ କାର୍ଯ୍ୟକ୍ରମ । ଏହି ସମାବେଶରେ ପରିଚାଳନା କମିଟି ସଭାପତି, ଅଭିଭାବକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଗଣମାଧ୍ୟମ ସାମ୍ନାରେ ବିଦ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଉପରେ ଅଭିଯୋଗ କରିଥିଲେ, ଯେଉଁଥି ପାଇଁ କିଛି ସମୟ ପରେ ବିଦ୍ୟାଳୟରେ ଜଣେ ଅଭିଭାବକ ମଧ୍ୟ ହଟହଟା ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଘଟଣାକୁ ୧୦ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ ଉପରେ କୌଣସି ତଦନ୍ତ ହୋଇନାହିଁ କି କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇନାହିଁ । ତେବେ କାହିଁକି ପ୍ରଶାସନ ଏଥିପାଇଁ ନୀରବଦ୍ରଷ୍ଟା ସାଜିଛି ତାହା ଏବେ ଜନସାଧାରଣଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ଆମେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଯୋଗ ହୋଇପାରିନଥିଲା । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି କାର୍ଯ୍ୟାନୁଷ୍ଠାନ ଓ କେବେ ସୁଧୁରୁଛି ବିଦ୍ୟାଳୟର ଅବସ୍ଥା ଓ ବ୍ୟବସ୍ଥା ।

Comments (0)
Add Comment