୨୫ କେଜି ଗଞ୍ଜେଇ ସହ କାର ଜବତ: ୨ ଗିରଫ

ସୁବର୍ଣ୍ଣପୁର : ସହରର ନଳୀନି ଛକ ପାଖରୁ ଜିଲ୍ଲା ଅବକାରୀ ବିଭାଗ ଦୁଇ ଜଣ ଅନ୍ତଃ ରାଜ୍ୟ ଚୋରା ଚାଲାଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ସୋନପୁର-ବୌଦ୍ଧ ରାସ୍ତାରେ ଯାଞ୍ଚ କରୁଥିବା ବେଳେ ବୌଦ୍ଧ ପଟରୁ ଆସୁଥିବା ଏକ ଫୋର୍ଡ୍ ଇକୋ ସ୍ପୋର୍ଟସ କାରକୁ ଅଟକାଇ ଯାଞ୍ଚ କରିବାରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ପଶ୍ଚିମବଙ୍ଗର ଦୁଇ ବେପାରୀ ଛୋଟାନା ସାହିଲ ଓ ତାର ଭାଇ ସମିର ସାହିଲକୁ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସେମାନେ ଗଞ୍ଜେଇ ନେଇ ଆସୁଥିବା ସମୟରେ ଅବକାରୀ କର୍ମଚାରୀମାନେ ନଳିନୀ ଛକ ପାଖରେ ଏହି ଚଢାଉ କରିଥିଲେ । ତେବେ ଆଜି ସଂଧ୍ୟାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment