ଭୀଷ୍ମଗିରିରେ ବନ ମହୋତ୍ସବ

ପାରଳାଖେମୁଣ୍ଡି : ଭୀଷ୍ମଗିରି ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ ତମ ବନମହୋତ୍ସବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ନାୟକଙ୍କ ସଭାପତିତ୍ୱ ଅନୁଷ୍ଠିତ ପରିବେଶ ସୁରକ୍ଷା ସଭାରେ ସିଆର୍‌ସିସି ସୁରୋଜ କୁମାର ସାହୁ, ଗଜପତି ଜିଲ୍ଲା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଡଃ ଅନନ୍ତରାମ କର, ଭୀଷ୍ମଗିରି ବନପାଳ ତ୍ରିନାଥ ଚୌଧୁରୀ ପ୍ରମୁଖ ଯୋଗଦାନ କରି ବୃକ୍ଷର ମହାତ୍ମ୍ୟ ବର୍ଣ୍ଣନା କରିଥିଲେ । ବନରକ୍ଷୀ ଶ୍ରୀମତୀ ଶିବାନୀ ଗୌଡ, ଜଗଦାନନ୍ଦ ସାହୁ, ବନସୁରକ୍ଷା କର୍ମୀ ପବିତ୍ର ରଣା, ବୀରୁ ଗଉଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିସରରେ ଛାତ୍ରମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment