ବାଲିଗୁଡ଼ା: ସ୍କୁଲ୍ ପାଚେରୀ ଭଙ୍ଗାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଶତାଧିକ ସ୍ଥାନୀୟ ବାସିନ୍ଦା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିଠାରେ ଥିବା ବହୁ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ.ଜି.ବି.ଭି) କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଦୀର୍ଘ ବର୍ଷ ଧରି ବାଲିଗୁଡ଼ା ବାସିନ୍ଦା ଗୁଣ୍ଡିଚା ଦାସଙ୍କ ଓ ବିଦ୍ୟାଳୟ ସହ ଜମି ବିବାଦ ଲାଗିରହିଥିଲା ଏବଂ ମାମଲା ଉଚ୍ଚ ନ୍ୟାୟାଳୟରେ ଥିଲା । ବର୍ତ୍ତମାନ ସମୟରେ ଗୁଣ୍ଡିଚା ଦାସ ଉକ୍ତ ମାମଲାରେ ଡିଗ୍ରୀ ହାସଲ କରିଥିବା ଦର୍ଶାଇ କାହାକୁ ନଜଣାଇ ବିଦ୍ୟାଳୟର ପାଚେରୀ ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଆଶ୍ରମରେ ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ରହୁଥିବା ବେଳେ ବିଦ୍ୟାଳୟ ପାଚେରୀ ଭାଙ୍ଗିବା ପରେ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ବିବାଦ ଲାଗିଥିବାବେଳେ ଏହି ଘଟଣାରେ ସ୍ଥାନୀୟ ତହସିଲଦାର ଓ ରେଭିନ୍ୟୁ ବିଭାଗର ଅଜାଣତରେ କିଭଳି ବିଦ୍ୟାଳୟର ପାଚେରୀ ଭଙ୍ଗାଗଲା ଏହାର ତଦନ୍ତ କରିବାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିବାସହ ବର୍ତ୍ତମାନ ଆଶ୍ରମରେ ରହୁଥିବା ଛାତ୍ରୀଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବୀ କରି ବସ୍ ଷ୍ଟାଣ୍ଡରେ ନିକଟ ବୁଡାଗୁଡ଼ା ଛକ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ବସିଛନ୍ତି । ସେପଟେ ଯେପର୍ଯ୍ୟନ୍ତ ପ୍ରଶାସନ ଏହାର ସୁବିଚାର ନକରିଛି ସେପର୍ଯ୍ୟନ୍ତ ଆନ୍ଦେ।।ଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।