ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ କୁସଙ୍ଗ ୫-ଟି ହାଇସ୍କୁଲରେ ଫେଲ ମାରିଛି ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ । ସୂଚନା ଥାଉକି ସ୍କୁଲଟି ଅତି ପୁରାତନ, କିନ୍ତୁ ପରବର୍ତ୍ତୀ ସମୟ ସରକାରଙ୍କ ପକ୍ଷରୁ ୨୦୨୦-୨୧ ରେ ୫-ଟି ସ୍କୁଲରେ ପରିଣତ ହୋଇଥିଲା । ବିଦ୍ୟାଳୟ ଶ୍ରେଣୀ କୋଠରୀଠୁ ଆରମ୍ଭ କରି ଚତୁପାର୍ଶ୍ୱର ଉନ୍ନତି କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସହ ପ୍ରଶାସନର ଅବହେଳା ପାଇଁ ୫-ଟି ସ୍କୁଲ ଭିତରେ ଥିବା ନର୍ଦ୍ଦମା ପୋଖରୀ ଆଜି ମଧ୍ୟ ସେହିପରି ଅଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛି । ବିଦ୍ୟାଳୟ ପରିସରରେ ଥିବା ଖୋଲା ପରିତ୍ୟକ୍ତ ପୋଖରୀ ଯୋଗୁଁ ମଶା, ମାଛି, ବେଙ୍ଗ ଏପରିକି ବିଭିନ୍ନ ସମୟରେ ବିଷଧର ସାପ ମଧ୍ୟ ଏଠାରେ ରହୁଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି । ଯଦି ଏହି ବିଷଧର ସାପମାନେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମାନଙ୍କ ପାଇଁ ସବୁବେଳେ ବିପଦ ବୋଲି ଅଭିଭାବକମାନେ କହିଛନ୍ତି । ଏହି ବିଦ୍ୟାଳୟକୁ ଅନେକ ଥର ବୌଦ୍ଧ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପରିଦର୍ଶନରେ ଆସି ପୋଖରୀର ଉନ୍ନତି କରଣକରି ସୁଇମିଂପୁଲ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହାମଧ୍ୟ କାର୍ଯ୍ୟକାରି ହୋଇପାରିଲା ନାହିଁ ପରବର୍ତ୍ତୀ ସମୟରେ ମିଶ୍ରଙ୍କ ଅବସର ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ମଧ୍ୟ ଆସି ବିଦ୍ୟାଳୟର ଭିତ୍ତିଭୂମି ଅବସ୍ଥା ଦେଖିବା ସହ ପରିତ୍ୟକ୍ତ ପୋଖରୀରେ ମାଟି ପକାଇ ତାରି ଉପରେ ମନୋରମ ଗାର୍ଡେନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଉଭୟ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସର ନେଇ ସାରିଥିଲେ ମଧ୍ୟ ଉକ୍ତ ପରିତ୍ୟକ୍ତ ପୋଖରୀର କୌଣସି ଉଦ୍ଧାର କାର୍ଯ୍ୟ ହୋଇପାରିଲା ନାହିଁ । ଯାହା ଫଳରେ ମଇଳା ଆବର୍ଜନା, ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା,ମାଛି, ବେଙ୍ଗ ପାଦ୍ରୁଭାବ ବଢ଼ୁଥିବା ବେଳେ ଶ୍ରେଣୀ କୋଠରୀ ରେ ବିଭିନ୍ନ ସମୟରେ ସାପ ମଧ୍ୟ ଦେଖିବାକୁ ମିଳିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଅସନ୍ତୋଷ ଦେଖାଦେବ ସହ ସ୍କୁଲର ଥିବା ପ୍ରତ୍ୟେକ ସମସ୍ୟାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟିରେ ରଖି ଯଥାଶୀଘ୍ର ସମାଧାନ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।