ଓଡିଶା-ଆନ୍ଧ୍ର ସୀମାନ୍ତରେ ବୁଲୁଛି ମହାବଳ ବାଘ, ଭିଡିଓ ଭାଇରାଲ

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ନିକଟ ଆନ୍ଧ୍ର-ଓଡିଶା ସୀମାନ୍ତ ଶ୍ରୀକାକୁଲମ ଜିଲା ଭାମିନି ମଣ୍ଡଳରେ ମହାବଳ ବାଘ ଚଳ ପ୍ରଚଳ ହେଉଥିବା ଏକ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଉଭୟ ରାଜ୍ୟର ଗ୍ରାମ ଗୁଡିକରେ ଆତଙ୍କ ଖେଳିଯାଇଛି । ଭାଇରଲ ଭିଡିଓ ରେ ଗୋଟିଏ ମହାବଳ ବାଘ ରାସ୍ତା ଉପରେ ଚାଲିକରି ଯିବା ଦେଖାଯାଉଛି । ଏହି ସମ୍ପର୍କରେ ଆନ୍ଧ୍ର ଓଡିଶା ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଖବର ପାଇବା ପରେ ଶ୍ରୀକାକଲମ ଜଙ୍ଗଲ ବିଭାଗ କର୍ମଚାରୀମାନେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ସତ୍ୟାସତ୍ୟ ଯାଞ୍ଚ କରିଥିଲେ । ଗ୍ରାମବାସୀ ଆଖିରେ ଦେଖିନାହାଁନ୍ତି, କିନ୍ତୁ କେତକ ଅଞ୍ଚଳରେ ବାଘର ପାଦ ଚିହ୍ନ ପଡିଥିବା ଠାବ କରାଯାଇଛି ବୋଲି ଭାମିନି ମଣ୍ଡଳର ଫରେଷ୍ଟର ରାମାରାଓ କହିଛନ୍ତି । ଏହାପରେ ଭାମିନି ମଣ୍ଡଳ ତହସିଲଦାର ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ନଯିବା ଏବଂ ଗୃହପାଳିତ ପଶୁମାନଙ୍କୁ ନଛାଡିବାକୁ ସତର୍କ କରି ଧେଣ୍ଡୁରା ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ସମ୍ପର୍କରେ ଗୁଣପୁର ଡେପୁଟି ରେଂଜର ନୀଳ ମାଧବ ପାଢ଼ୀ କହିଛନ୍ତିଯେ ମହାବଳ ବାଘ ଆନ୍ଧ୍ରରେ ରହିଥିବା ଭିଡିଓ ଭାଇରାଲ ହେଉଛି । ଓଡିଶାପଟେ କୌଣସି ବିପଦ ନାହିଁ । ସୀମାନ୍ତରେ ପ୍ରତିଦିନ ଯାଞ୍ଚ କରାଯାଉଛି ବୋଲି ସୂଚନା ଦେଇଛନ୍ତି । ଏହିଭଳି ଖବରର ସତ୍ୟାସତ୍ୟ ଉପରେ ଆନ୍ଧ୍ର ଅଫିସରଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଡେପୁଟି ରେଂଜର ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି ।

Comments (0)
Add Comment