ପୁରୀ : ୨୮ ତାରିଖ ଦିନ ବାହୁଡ଼ା ଯାତ୍ରା । ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଆଜି ତିନି ରଥର ହେବ ଦକ୍ଷିଣ ମୋଡ । ତିନି ରଥକୁ ଗୁଣ୍ଡିଚା ମନ୍ଦିରର ସିଂହ ଦ୍ୱାରରୁ ଟଣା ଯାଇ ନାକଚଣା ଦ୍ୱାରରେ ତିନି ରଥକୁ ଲଗାଯିବ । ତେବେ ଏହା ପୂର୍ବରୁ ତିନି ରଥର ହୋଇଛି ଯାଞ୍ଚ । ରଥ ଚକ, ଦଣ୍ଡା, ଅଖ ଆଦିର ଯାଞ୍ଚ କରାଯାଇଛି । ବାହୁଡ଼ା ଯାତ୍ରାରେ ରଥ ଚାଲିଲା ବେଳେ କୌଣସି ଯେପରି ତ୍ରୁଟି ନ ରୁହେ ସେ ନେଇ ରଥ ନିର୍ମାଣ କମିଟି ପକ୍ଷରୁ ହୋଇଛି ଯାଞ୍ଚ ।ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଅଜିତ ମହାପାତ୍ର, ତିନି ରଥର ମୁଖ୍ୟ ମହାରଣାଙ୍କୁ ନେଇ ହେଇଛି ତିନି ରଥର ଯାଞ୍ଚ କରାଯାଇଛି । ତେବେ ସେଭଳି କିଛି ବଡ ଅସୁବିଧା ହୋଇ ନାହିଁ ବୋଲି ପୂର୍ତ୍ତ ବିଭାଗର ବରିଷ୍ଠ ଯନ୍ତ୍ରୀ ଅଜିତ ମହାପାତ୍ର ଓ ରଥର ମୁଖ୍ୟ ମହାରଣା କହିଛନ୍ତି । କିଛି ସ୍ଥାନରେ ଚକ, ଦଣ୍ଡା, ଅଖରେ କ୍ଲାମ୍ପ ଲାଗିବ । ଫଳରେ ଯେଉଁ ଗୁଡିକ ଢିଲା ରହିଚି ସେଗୁଡିକ ଠିକ୍ ରହିବ । ରଥ ନିର୍ମାଣ ସମୟ ରେ ଦର୍ପ ଦଳନ ରଥରର ସାନ ଉଛୁଳା ଚକର ଅଖରେ ଫାଟ ଦେଖା ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଲୁହାର ୟୁ କ୍ଲାମ୍ପ ଦିଆଯାଇ ଠିକ୍ କରାଯାଇ ଥିଲା । ରଥ ଯାତ୍ରା ଦିନ ରଥ ଗଡିଲା ବେଳେ କୌଣସି ସମସ୍ୟା ହୋଇ ନ ଥିଲା । ଶ୍ରୀ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଅଢେ଼ଇ କିଲୋମିଟର ଭଲରେ ଆସିଥିଲା । ତେବେ ଯାଞ୍ଚରେ ଦର୍ପ ଦଳନ ରଥ ର ଅଖରେ କୌଣସି ଅସୁବିଧା ନ ଥିବା ଜଣାପଡିଛି । ତେବେ ଏହାକୁ ଅଧିକ ମଜଭୁତ ଓ ସୁରକ୍ଷିତ ରଖିବା ପାଇଁ ଆଉ ଗୋଟାଏ ୟୁ କ୍ଲାମ୍ପ ଲଗାଯିବ ବୋଲି ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ସୂଚନା ଦେଇଛନ୍ତି ।