ଆପୋଲୋ ହସ୍ପିଟାଲରେ ଅଗ୍ନିଶମ କର୍ମଚାରୀମାନଙ୍କ ମକଡ୍ରିଲ

ଭୁବନେଶ୍ୱର: ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ ତଥା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲଠାରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଥିଲା । ହସ୍ପିଟାଲ ବିଲ୍ଡିଂର ନିଆଁକୁ ରୋକିବା ଓ ଏହାର ନିୟନ୍ତ୍ରଣ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା । ରବିବାର ଆପୋଲୋ କର୍କଟ କେନ୍ଦ୍ରର ଦ୍ୱିତୀୟ ମହଲାରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଅବସରରେ ଡାକ୍ତରଖାନାର ଅଗ୍ନି ନିରାପତ୍ତା ପଦକ୍ଷେପ ସମ୍ପର୍କରେ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ୍‌ ଲିମିଟେଡ ଡକ୍ଟର ଆଲୋକ ଶ୍ରୀବାସ୍ତବ, ସିଇଓ ଓ ଡିଏମସ ପ୍ରକାଶ କରିଛନ୍ତି । ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ଉପକରଣ ଯଥା ଅଗ୍ନି ସମ୍ବନ୍ଧୀୟ ଆଲାରାମ, ଆବଶ୍ୟକ ଅଗ୍ନି ଉପକରଣ, ଫାୟାର ଆଲାରାମ ସିଷ୍ଟମ, ସ୍ପ୍ରିଙ୍କଲର ସିଷ୍ଟମ ଫାୟାର ପମ୍ପ ଏବଂ ଅନ୍ୟାନ୍ୟ ଅଗ୍ନି ନିରାପତ୍ତା ଉପକରଣ ଉପଲବ୍ଧ ରହିଥିବା ନେଇ ସେ କହିଛନ୍ତି । ଏହାସହିତ ଯେକୋ÷ଣସି ଦୁର୍ଘଟଣାର ମୁକାବିଲା ପାଇଁ ଏଠାରେ ଭଲ ତାଲିମପ୍ରାପ୍ତ କର୍ମଚାରୀ ରହିଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କାମ କରୁଥିବା ସମୟ ବା ଶୋଇବା ସମୟ ହେଉ ନିଆଁ ଯେକୋ÷ଣସି ସମୟରେ ଲାଗିପାରେ ତେଣୁ ଏଥିପାଇଁ ସଦାସର୍ବଦା ପ୍ରସ୍ତୁତ ରହିବା ନିହାତି ଆବଶ୍ୟକ । ଅଗ୍ନି ବ୍ୟାପିବାର କିଛି ମିନିଟ ମଧ୍ୟରେ ଆପଣଙ୍କୁ ନିଆଁ ଲାଗିଥିବା ସ୍ଥାନରୁ ବର୍ତ୍ତିବାର ଯୋଜନା କରିବାକୁ ପଡିପାରେ । ତେଣୁ ଧୂଆଁର ଆଲାରାମରୁ ତୁରନ୍ତ ସଚେତନ ଏବଂ ପଳାୟନ ମାର୍ଗର ଅଗ୍ରୀମ ଯୋଜନା ଉପରେ ନିଜର ସୁରକ୍ଷିତ ପ୍ରସ୍ଥାନ ନିର୍ଭର କରିଥାଏ ବୋଲି ସେ କହିଛନ୍ତି ।
ଡ୍ରିଲ ସମୟରେ ଚନ୍ଦ୍ରଶେଖରପୁର ବିଭାଗର ଅଗ୍ନିଶମ ଅଧିକାରୀ ବିସି ଲେଙ୍କା ଉପସ୍ଥିତ ରହିଥିଲେ । ସେ ଡାକ୍ତରଖାନା କର୍ମଚାରୀଙ୍କ ସହଯୋଗ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଖୁବ୍‌ ସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ । ଏହି ପ୍ରଶିକ୍ଷଣ ସମୟରେ ସୁରକ୍ଷାକର୍ମୀ, ନର୍ସ ଏବଂ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀମାନଙ୍କୁ ଅଗ୍ନିକାଣ୍ଡର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ତାଲିମ ଦିଆଯାଇଥିଲା । ପ୍ରତିରୋଧ, ହ୍ରାସ, ପ୍ରସ୍ତୁତି , ପ୍ରତିିକ୍ରିୟା ଏବଂ ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

Comments (0)
Add Comment