ପୁରୀ :ପୁରୀ ଆରଟିଓ ରବିନ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀ ମାନେ ଅଚାନକ ଧରପଗଡ କରିବା ସମୟରେ ଆଇନ ଉଲ୍ଲଙ୍ଘନ କରୁଥିବା ଗାଡି ଗୁଡିକୁ ଫାଇନ କରିଛନ୍ତି ।ଏଥିରେ ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯ ଜଣଙ୍କୁ ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୨ ଜଣଙ୍କୁ ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୬୯ ଜଣଙ୍କୁ ଧରାଯାଇଥିଲା । ଏଥିରେ ୧୪୮ ଟି ଚାଲାଣ କଟାଯାଇ ମୋଟ ୧୧,୫୯,୪୮୦ ଟଙ୍କା ଫାଇନ କଟା ଯାଇଥିବା ଆରଟିଓ ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି ।