ଫୁଲବାଣୀ:-ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବୃଦ୍ଧାଶ୍ରମ ଠାରେ ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ ଓ ଯୁବ ଜନତା ଦଳର ସଭାପତି ବିଷ୍ଣୁ ମଲ୍ଲିକ,ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ମହିଳା ସଭାନେତ୍ରୀ ପୁନମ କଁହର, ମୁନିସିପାଲିଟି ବିଧାୟକ ପ୍ରତିନିଧି ବିକ୍ରମ ବେହେରା, କାଉନସିଲର ରାଜେନ୍ଦ୍ର ପାଢ଼ୀ, ମାଧବୀ ମିଶ୍ର, ମୃତ୍ୟୁଞ୍ଜୟ ପେରା, ମମତା କହଁର, ନଗର ସଭାପତି ସୁଧୀର କଁହର, ଜିଲ୍ଲା ଯୁବ ଉପସଭାପତି ରବୀନ୍ଦ୍ର ଷଡଙ୍ଗୀ,ଜୟ ବେହେରା, ସୁମିତ ସାଗର ସାମନ୍ତରାୟ, ଅନୁପ କୁମାର, ଜିଲ୍ଲା ଛାତ୍ର ଉପସଭାପତି ଦେବାଶିଷ ବେହେରା,ବ୍ଲକ ସଭାପତି ମିଥୁନ ଦେହୁରୀ, ବିରଜା, ବିରୁପାକ୍ଷ୍ୟ ପଣ୍ଡା, ପ୍ରଭାକର ଦିଗାଲ, ବାବୁଲା ବେହେରା, ରିକା, ରାମକୃଷ୍ଣ କହଁର, ସଂଗ୍ରାମ ବେହେରା, ନମିତା ବେହେରା, ଚିନ୍ତାମଣି ଦାସ, ଗୀତାଞ୍ଜଳି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।