ନବରାତ୍ରୀର ଦ୍ୱିତୀୟ ଦିନରେ ମାତା ସୁରେଶ୍ୱରୀଙ୍କ ତାରା ବେଶ

ସୁବର୍ଣ୍ଣପୁର: ନବରାତ୍ରୀର ଦ୍ୱିତୀୟ ଦିନରେ ଆଜି ଇଷ୍ଟଦେବୀ ମାଁ ସୁରେଶ୍ୱରୀ ତାରାବେଶରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି । ତାରା ହେଉଛନ୍ତି ତନ୍ତ୍ରପୂଜାର ମୁଖ୍ୟଦେବୀ । ସେଥିପାଇଁ ଏହି ସମୟରେ ମାଆଙ୍କୁ ଏହି ରୂପରେ ବିଧିପୂର୍ବକ ପୂଜାର୍ଚ୍ଚନା ତଥାଦର୍ଶନ କଲେ ଆର୍ଥିକ ସ୍ୱଚ୍ଛଳତା ଓ ମୋକ୍ଷପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାତା ତାରାଙ୍କୁ ଏହି ଧରା ପୃଷ୍ଠରେ ସର୍ବପ୍ରଥମେ ଏହି ରୂପରେ ମହର୍ଷି ବଶିଷ୍ଠ ଆରାଧନା କରିଥିବା କଥା ପୌରାଣିକ ତଥ୍ୟାବଳୀରୁ ଜଣାଯାଏ । ଆହୁରିମଧ୍ୟ ଜଣାଯାଏ ମାତାଙ୍କୁ ଆରାଧନା ଫଳରେ ମାତା ସମସ୍ତ ପ୍ରକାରର ଦୁଃଖଦୁର୍ଦ୍ଦଶା ତାଡନା ଯନ୍ତ୍ରଣାରୁ ମୁକ୍ତି ପ୍ରଦାନ କରୁଥିବାରୁ ତାଙ୍କୁ ତାରା କୁହା ଯାଉଥିବା କଥା ମଧ୍ୟ କୁହାଯାଇଛି । ସେଥିପାଇଁ ଏହି ନବରାତ୍ରୀ ଅବସରରେ ମାତାଙ୍କ ପୂଜାର୍ଚ୍ଚନା ଓ ଆରାଧନା ଓ ମାତା ସୁରେଶ୍ୱରୀ ଧାରଣ କରୁଥିବା ବେଶସବୁ ଦେଖିବା ପାଇଁ ପବିତ୍ର ଦେବଭୂମି ସୁବର୍ଣ୍ଣପୁରଠାରେ ମାଆଙ୍କ ଏହି ଦିବ୍ୟରୁପର ଝଲକ ଓ ଆଶିଷ ଟିକିଏ ଲାଭପାଇଁ କାହିଁ କୋଉ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଲାଗିରହିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି

Comments (0)
Add Comment