ବାହୁଡା ଯାତ୍ରାର ରଥଟଣା ବେଳେ ଅଘଟଣ : ଜଣେ ଗୁରୁତର ସମେତ ୪ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବାହୁଡା଼ ଯାତ୍ରାରେ ରଥ ଟାଣିବା ସମୟରେ ଅପରାହ୍ନରେ ଠେଲାପେଲାରେ ଜଣେ ନାବାଳକ ଗୁରୁତର ହୋଇଥିବା ବେଳେ ୩ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବିନିକା ସହରର କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଚାଲିଥିଲା I ହେଲେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ, ନୂଆପଡାର ଜଣେ ନାବାଳକ ରଥତଳେ ଚାପିହୋଇ ଯାଇଥିଲେ I ଯାହା ଫଳରେ ଜଣେ ନାବାଳକ ଗୁରୁତର ହେବାରୁ ତାକୁ ବୁର୍ଲା ଡ଼ାକ୍ତରଖାନାକୁ ପଠା ଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସ। ପାଇଁ ଭର୍ତ୍ତି କରାଯାଇଛି I

Comments (0)
Add Comment