ଉପାନ୍ତ ଅଞ୍ଚଳକୁ ମନ୍ତ୍ରୀଙ୍କ ଗସ୍ତ, ଲୋକଙ୍କ ମୌଳିକ ସୁବିଧା ଉପରେ କଲେ ଆଲୋଚନା

ହରଭଙ୍ଗା :ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳ ଗସ୍ତରେ ଶୁକ୍ରବାର ଦିନ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ,ପାନୀୟ ଜଳ, ପଞ୍ଚାୟତ ରାଜ ଓ ସୂଚନା ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହି ଗସ୍ତରେ ପ୍ରଥମେ କୁଶଙ୍ଗ ପଞ୍ଚାୟତର କ୍ଷତ୍ରିୟ ବଡ଼ ସୁଦ ସମାଜର କୋଠ ଘର ଉଦଘାଟନ ପରେ ଗ୍ରାମବାସୀଙ୍କ ସହ ଆଲୋଚନା ଓ କୁସଙ୍ଗ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ସ୍କୁଲର ଉନ୍ନତିକରଣ ପରେ ମହାଳିକପଡ଼ା ଏବଂ ତଳଙ୍ଗା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମାଁ ବାଟ ପନ୍ଥେଇଙ୍କ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଭୟ ପଞ୍ଚାୟତର ଜନ ସାଧାରଣଙ୍କ ମୌଳିକ ସୁବିଧା ପାଇଁ ସାଧାରଣ ବୈଠକ ସହିତ ଆଗାମୀ ଦିନ ଉନ୍ନୟନ କାର୍ଯ୍ୟ ହେବା ନେଇ ଉଦବୋଧନ ଦେଇଥିଲେ । ତାପରେ କୁସଙ୍ଗ ପଞ୍ଚାୟତର କୁମାରୀ ଶିବ ମନ୍ଦିର ଉଦଘାଟନ କରି ଅତଲ ସରା ମହିଳା ମଣ୍ଡଳ ଘର, ଭଗାମୁଣ୍ଡା ମହିଳା ମଣ୍ଡଳ ଘର ଓ ତିରଡ ମହିଳା ମଣ୍ଡଳ ଘର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ବିଜେଡି ଉପସଭାପତି ପ୍ରଦୀପ୍ତ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ସଞ୍ଜୟ ଦେହୁରୀ, ଜୟନ୍ତ ଦେହୁରୀ, ସମାଜସେବୀ ଜ୍ୟୋତିରଞ୍ଜନ ସାହୁ, ମହାଲିକପଡା ସରପଞ୍ଚ ମାମୁନି ବାଘ ଓ ଅନେକ ବିଜେଡି କର୍ମୀଙ୍କ ସମେତ ହଜାର ହଜାର ଅଂଚଳ ବାସି ଉପସ୍ଥିତ ଥିଲେ ।

Comments (0)
Add Comment