ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡିରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି । ଅନେକ ନେତା ଦଳିୟ ଶୃଙ୍ଖଳା ରକ୍ଷା ନକରିବା, ନେତା ମାନଙ୍କ ନିର୍ଦ୍ଦେଶ ନ ମାନି ମନ ଇଚ୍ଛା କାର୍ଯ୍ୟ କରୁଛନ୍ତି । ଏ ମାନଙ୍କ ଯୋଗୁଁ ପଂଚାୟତ ଓ ପୌର ନିର୍ବାଚନରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର ଆଜି ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ସମ୍ପାଦକ ମିଡ଼ିଆ ସେଲ ମୁଖ୍ୟ ମାନସ ମଙ୍ଗରାଜ ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ପ୍ରଦୀପ ମୁନିଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ସେହପରି ପୌର ନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ କାଉନସିଲର ଭାଗବତ ବେହେରା ଓ ଶ୍ରୀବତ୍ସ ବେହେରାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା । ଆଉ କାହାକୁ ଆଗକୁ ଦଳରୁ ବହିଷ୍କୃତ କରାଯିବାକୁ ଅଛି ତାହା ଦେଖିବାକୁ ବାକି ଅଛି । ଦଳିୟ ଟିକେଟ ନ ମିଳିଲେ ଏପରି ବିଶୃଙ୍ଖଳା ଦେଖାଯାଉଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।