ନୂଆପଡା-ହାଟଗାଁ କେନାଲ ରାସ୍ତା ଶୋଚନୀୟ,ମରାମତି ପାଇଁ ଦାବି

ହରଭଙ୍ଗା :ଦୀର୍ଘ ୫କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ହରଭଙ୍ଗା ବ୍ଲକ ବୀରନରସିଂ ପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା -ହାଟଗାଁ କେନାଲ ରାସ୍ତା । ସୂଚନା ଅନୁଯାଇ ଉକ୍ତ ରାସ୍ତାରେ ପ୍ରତିଦିନ ନୂଆପଡା, ହାଟଗାଁ, ଘୋରଡ଼ା,ଆଦି ପାଞ୍ଚ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟତ କରିବା ସହିତ ୫୭ନଂ ଜାତୀୟ ରାଜପଥ ନୂଆପଡା ବସଷ୍ଟପଠାରୁ ପୁରୁଣାକଟକ କଲେଜ ଓ ବୌଦ୍ଧ କଲେଜକୁ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଯାଉଥିବାରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ବି ହୋଇଥିବା ନଜରକୁ ଆସିଛି । ପୂର୍ବେ ଉକ୍ତ କେନାଲ ରାସ୍ତାଟି ପିଚୁ ରାସ୍ତାରେ ନିର୍ମାଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବ ଓ ଅନ୍ୟପଟେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା ଯୋଗୁଁ ରାସ୍ତାରୁ ପିଚୁ ଉଠିବା, ମେଟାଲ ବାହାରି ବହୁ ସ୍ଥାନରେ ଖାଲଖମା ହୋଇ କାଦୁଅ ପଚପଚ ହୋଇ ଶୋଚନୀୟ ହୋଇଥିବାର ଜନସାଧାରଣ ଅଭିଯୋଗ ଆଣିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ଉକ୍ତ ରାସ୍ତା ସମସ୍ୟାକୁ ଦୃଷ୍ଟିରେ ରଖି ମରାମତି କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି କରିଛନ୍ତି ।

Comments (0)
Add Comment