ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର ୧୧।୦୫ : ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ । ମୃତ କଏଦୀଙ୍କ ନାମ ହେଉଛି ମୋହନ ବେହେରା ବୋଲି ଜଣାପଡିଛି। 

ଖବର ଅନୁଯାୟୀ, ଗତ ୮ ତାରିଖରେ ନିଶା କାରବାର ଘଟଣାରେ ଜଟଣୀ ଥାନା ପୋଲିସ ମୋହନ ବେହେରାଙ୍କୁ ଗିରଫ କରିଥିଲା । ଦେଶୀ ମଦ ବିକ୍ରି କରୁଥିବା ନେଇ ଜଟଣୀ ଥାନା ପୋଲିସ ମୋହନକୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା । ଶନିବାର (୧୦ ତାରିଖ) ରାତିରେ ମୋହନଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି । 

Comments (0)
Add Comment