କେଳାକଟାରେ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଏକାଠି ଖାଇଲେ ନବାନ୍ନ

ବୌଦ୍ଧ : ହରଭଙ୍ଗା ବ୍ଲକ କେଳାକଟା ଗ୍ରାମରେ ମଥୁରା ପଞ୍ଚାୟତର ସରପଞ୍ଚଙ୍କ ତତ୍ତ୍ୱାବଧାନରେ ୩୫ ଟି ପରିବାରର ପ୍ରାୟ ଦୁଇ ଶହ ଜଣ ଏକାଠି ହୋଇ ପଶ୍ଚିମ ଓଡ଼ିଶାର ପବିତ୍ର କୃଷି ଭିତ୍ତିକ ଗଣ ପର୍ବ “ନୂଆଁଖାଇ’ ପାଳନ କରିଛନ୍ତି । ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଶିଷ୍ଠ ସମାଜସେବୀ ଶମ୍ଭୁନାଥ ମହାନନ୍ଦିଆ, ସୁଧାଂଶୁ ଡାଙ୍ଗ, କୃପାସିନ୍ଧୁ ବେହେରା, ଚିତ୍ରସେନ ବେହେରା, ଡାକ୍ତର ବେହେରା ଅତିଥି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲିସ୍ ଅଧିକାରୀ ଭୀମସେନ ମହାନନ୍ଦିଆ, ରାଜସ୍ୱ ଅଧିକାରୀ ନାରାୟଣ ମହାନନ୍ଦିଆ, ମଛିନ୍ଦ୍ର କହଁର, ମକରନ୍ଦ ମହାନନ୍ଦିଆ, ଚିତ୍ରସେନ ପାତ୍ର, ସନ୍ତୋଷ ହାତୀ, ରବୀନ୍ଦ୍ର ମହାନନ୍ଦିଆ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Comments (0)
Add Comment