ଊନବିଂଶ ଜିଲ୍ଲା ଯୋଜନା କମିଟି ବୈଠକ

ନୂଆପଡ଼ା : ନୂଆପଡା ଜିଲାପାଳଙ୍କ ସବଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନା ଊନବିଂଶ ବୈଠକ ଜିଲ୍ଲା ଅନୁଷ୍ଠିତ କମିଟି ହୋଇଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷା ତଥା ଜଳ ସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ହେମକାନ୍ତ ସାଏ, ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝି, ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୈଠକରେ ଜିଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ବିଜୁଳି, କୃଷି, ଜଳ ସେଚନ ଭଳି କ୍ଷେତ୍ରରେ ବିକାଶ ପାଇଁ ୧୨ଶହ ୨୫ କୋଟି ୬୬ ଲକ୍ଷ ୪୬ ହଜାର ମୂଲ୍ୟର ବିଭିନ୍ନ ପ୍ରକଳ୍ପ ମଞ୍ଜୁର ହୋଇଛି । ଏହି ଅନୁଦାନ ରାଶି ଆଗାମୀ ଦିନରେ ଜିଲ୍ଲାର ସମଗ୍ରୀକ ବିକାଶ ପାଇଁ ସହାୟକ ହେବ । ଏହାର ସଫଳ ରୂପାୟନ କରିବା ପାଇଁ ନିର୍ବାଚନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ସାହୁ କହିଛନ୍ତି । ଜିଲ୍ଲା ପରିଷଦ ଉପଧ୍ୟକ୍ଷା ଦୀପିକା କୌଶଲ୍ୟା, ଜିଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝି, ଅବନୀ ରଞ୍ଜନ ଯୋଶୀ, ମୁରଲିଧର ଭୋଇ, ଭରତ ଲାଲ ରାଉତ, ମାଲ୍ୟବନ୍ତ ସୁନା, ଚିତ୍ତରଞ୍ଜନ ବେହେରା,ଯାଜ୍ଞସିନି କଟା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment