ଶ୍ରୀମନ୍ଦିରରେ ଅଘଟଣ, ଭକ୍ତଙ୍କ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳିପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ମୃତ୍ୟୁବରଣ କଲେ।ଉତ୍ତରପ୍ରଦେଶ ଝାନ୍‌ସୀର 65 ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲ ଅଣା ଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ତେବେ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ ଯୋଗୁଁ ଭକ୍ତ ଜଣକ ଅଣନିଶ୍ୱାସ ହୋଇପଡିବା ସହ ତାଙ୍କ ମୃତ୍ୟୁ ହୋଇଥିଲା ଓ ଭିଡ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍ ମାରିବାରୁ ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments (0)
Add Comment