ସମିତି ମେମ୍ବରଙ୍କ ତରଫରୁ ୧୦ ଦଫା ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଆଜି ନନ୍ଦାହାଣ୍ଡି ବ୍ଲକର ସମିତି ସଭ୍ୟସଭ୍ୟାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସମିତି ସଭ୍ୟ ମାନଙ୍କୁ ସରକାରୀ ବିକାଶମୂଳକ କାର୍ଯ୍ୟରେ ଅଣଦେଖା କରାଯାଉଛି ବୋଲି ତାର ସମାଧାନ ନିମନ୍ତେ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ରାଜ୍ୟ ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୨୦ ଓ ସମ୍ବିଧାନ ୨୪୩(କ) ଅନୁସାରେ ପ୍ରତ୍ୟେକ ବ୍ଲକ ସ୍ତରୀୟ ଯୋଜନାରେ ସମିତି ସଭ୍ୟ ମାନଙ୍କ ମଧ୍ୟ ଗୁରୁ ଦାୟିତ୍ୱ ରହିଥିବା ବେଳେ ଅଣଦେଖାର ଶିକାର ହେଉଛନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସରପଞ୍ଚମାନଙ୍କୁ ଯେମିତ ଅଧିକାର ଦିଆଯାଉଛି ସେମିତି ସମିତି ସଭ୍ୟମାନଙ୍କୁ ମଧ୍ୟ ଦିଆଯାଉ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ପଞ୍ଚାୟତରେ ସମିତି ସଭ୍ୟଙ୍କ ପାଇଁ ଅଫିସ ଗୃହ, ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ସମିତି ସଭ୍ୟଙ୍କ ଉପସ୍ଥିତି, ବ୍ଲକ୍‌ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଗୃହ , ବାର୍ଷିକ ଅନୁଦାନ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି, ମାସିକ ବେତନ ୧୦ ହଜାର ଟଙ୍କାକୁ ବୃଦ୍ଧି, ମନରେଗାରେ କାଉଣ୍ଟର ଦସ୍ତଖତ, ପଂଚାୟତରାଜରୁ ଆସୁଥିବା ଅନୁଦାନ ସମିତି ସଭ୍ୟଙ୍କ ମାଧ୍ୟମରେ କରାଯାଉ , ଗ୍ରାମସଭାର ପ୍ରକଳ୍ପ ଗୁଡ଼ିକ ପାରିତ ପାଇଁ ସମିତି ସଭ୍ୟଙ୍କ ଦସ୍ତଖତ ନିଆଯାଉ, ସମିତିଁ ସଭ୍ୟଙ୍କ ଅନୁଦାନ ପାଣ୍ଠିର ଖର୍ଚ୍ଚ ସ୍ୱଇଛାରେ ବିନିଯୋଗ ଓ ସରପଞ୍ଚଙ୍କ ଭଳି ସମସ୍ତ ପ୍ରମାଣ ପତ୍ରରେ ସମିତି ସଭ୍ୟଙ୍କ ସ୍ୱାକ୍ଷର ରହିବାର ବ୍ୟବସ୍ଥା କରାଯାଉ । ଏଭଳି ୧୦ ଗୋଟି ଦାବୀ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅର୍ପଣ କରିଛନ୍ତି । ଦାବିପତ୍ର ଦେବା ସମୟରେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ, ଉପାଧ୍ୟକ୍ଷ ସଦନ ଗୌଡ଼, ଡଙ୍ଗର ଭେଜା ସମିତି ସଭ୍ୟ ଅଭିମନ୍ୟୁ ନାୟକ, ଝାଡବନ୍ଧଗୁଡ଼ା ସମିତି ସଭ୍ୟା ପୁଷ୍ପାଞ୍ଜଳି ହରିଜନ, ବି ମାଳିଗୁଡା ସମିତି ସଭ୍ୟ ଡମୁ ଅମନାତ୍ୟ, ନିଶ୍ନାହାଣ୍ଡି ସମିତି ସଭ୍ୟ ପଙ୍କଜ କୁମାର ମାଝୀ, ନନ୍ଦାହାଣ୍ଡି ସମିତି ସଭ୍ୟା ନିଳା ଭତରା, ପୋଡ଼ାଲ ଗୁଡା ସମିତି ସଭ୍ୟ ପି. ପ୍ରଶାନ୍ତ କୁମାର, ମେଣ୍ଟେରି ସମିତି ସଭ୍ୟା ବସନ୍ତ ମଞ୍ଜରୀ ନାୟକ, ଧଣ୍ଡରା ସମିତି ସଭ୍ୟା ସଙ୍ଗୀତା ନାୟକ ଓ ଦହଣା ସମିତି ସଭ୍ୟା ହିରାମଣୀ ଜାନୀ ସମେତ ତାଙ୍କ ନେତୃତ୍ୱ ନେଇଥିବା ଶଙ୍କର ପ୍ରସାଦ ଷଡଙ୍ଗୀ ଉପସ୍ଥିତ ଥିଲେ ।

Comments (0)
Add Comment