ଗଣିଆରେ ଗଠନ ହେଲା ନୂତନ ସାମ୍ବାଦିକ ସଂଘ, ବିଶ୍ୱରଂଜନ ହେଲେ ସଭାପତି

ଗଣିଆ: ନୟାଗଡ ଜିଲା ଗଣିଆ ବ୍ଲକ କାର୍ଯ୍ୟରତ ସମ୍ବାଦିକ ସଂଘ ତରଫରୁ ବୁଧବାର ନୂତନ କର୍ମକର୍ତା ମନୋନୟନ କରାଯାଇଛି । ସଂଘର ୯ଜଣ ସଭ୍ୟଙ୍କୁ ନେଇ ସିଧାମୂଳାସ୍ଥିତ ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ବିଶ୍ୱରଂଜନ ସେଠୀଙ୍କୁ ଚୟନ କରାଯାଇଥିବାବେଳେ ସମ୍ପାଦକଭାବେ କମଳ ଲୋଚନ ଦଳେଇ କୋଷାଧ୍ୟକ୍ଷ ଭାବେ ସମୀର କୁମାର ବେହେରା ମନୋନୀତ ହୋଇଛନ୍ତି । ବୈଠକରେ ପ୍ରତାପ କୁମାର ରାଉତ, ସନ୍ତୋଷ ପ୍ରଧାନ, ସୁରେଶ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ, ସଂଜୀବ କୁମାର ସାହୁ, ବିଜୟାନନ୍ଦ ତରେଇ, ପ୍ରମୁଖ ସଭ୍ୟ ଉପସ୍ଥିତ ଥିଲେ । ପ୍ରତିକୂଳ ପରିସ୍ଥିତି ଭିତରେ ମଧ୍ୟ ସାମ୍ବାଦିକତା ବଞ୍ଚିରହିଛି । ନିଜନିଜର ବୃତ୍ତିର ମର୍ଯ୍ୟାଦା ରକ୍ଷା କରିବା ପାଇଁ ନାହିଁ ନଥିବା କଷ୍ଟ ସହିବାକୁ ପଡୁଛି କିନ୍ତୁ ପ୍ରତିବୃତିରେ ବୃତ୍ତିନାମରେ ଦଲାଲି କରୁଥିବା ଲୋକ ଅଛନ୍ତି ହେଲେ ବୃତିର ଗରିମା ରକ୍ଷା କରିବା ପାଇଁ ନାନା କଷ୍ଟ ସହୁଥିବା ଭଲ ମଣିଷ ବି ଅଛନ୍ତି । ତେବେ ବିଡମ୍ବନା ଦିନକୁ ଦିନ ଭଲ ମଣିଷଙ୍କ ସଂଖ୍ୟା କମି କମି ଯାଉଛି । ସେମିତି ସାମ୍ବାଦିକତାରେ ମଧ୍ୟ ସମାନ ଅବସ୍ଥା ଯାହାକୁ ନେଇ ସାମ୍ବାଦିକ ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ଗଠନ ହେଲାପରେ ସଭାପତି ବିଶ୍ୱରଂଜନ ସେଠୀ ସମସ୍ତଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହିତ ସଂଘ କିପରି ସର୍ବସାଧାରଣଙ୍କ ହିତପାଇଁ କାର୍ଯ୍ୟ କରିବ ସେ ବିଷୟରେ ଅଧିକ ଆଲୋଚନା କରିଥିଲେ । ସେହିପରି ସଂପାଦକ କମଳଲୋଚନ ଦଳେଇ ପ୍ରତିମାସରେ ଏକ ବୈଠକ କରିବା ସହିତ ବିଭିନ୍ନ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି କିପରି ଯଥାଶୀଘ୍ର ସମାଧାନ କରାଯାଇପାରିବ ବିଶେଷ ଭାବେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷ ସମୀର କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ସଭାକୁ ପରିଚାଳନା କରିଥିଲେ ।

Comments (0)
Add Comment